ରାଉରକେଲା: ମକା କିଆରକୁୁ ରକ୍ଷା କରିବାକୁ ଯାଇ ହାତୀ ଆକ୍ରମରେ ଯୁବକଙ୍କ ପ୍ରାଣଗଲା

ରାଉରକେଲା: ହାତୀ ଦାଉରୁ ମକା କିଆରିକୁ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କୁ ପ୍ରାଣ ଦେବାକୁ ପଡ଼ିଛି। ମକା କିଆରିରେ ହାତୀ ପଶିଥିବାରୁ ତାଙ୍କୁ ଉଡ଼ାଇବାକୁ ଯାଇଥିିବା ମହେଶ ଲୁଗୁନ ନାମକ ଜଣେ ଯୁବକଙ୍କୁ ହାତୀ ପାଦରେ ଦଳି ମାରି ଦେଇଛି। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟରଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଅଙ୍କୁରପାଲ୍ଲୀ ପଞ୍ଚାୟତର ଳନ୍‌କେଇ ଗାଁ ଭିତରକୁ ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ୨ଟି ହାତୀ ପଶି ଆସିଥିଲେ। ହାତୀ ଦୁଇଟି ବିଶେଷ କିଛି କ୍ଷତି କରିବା ପୂର୍ବରୁ ଗାଁ ଲୋକେ ସଂଘବଦ୍ଧ ହୋଇ ହାତୀ ପଲ୍ଲକୁ ଘଉଡ଼ାଇ ଦେବାକୁ ଚେଷ୍ଟା କରିଥିଲେ। ଗାଁ ଲୋକଙ୍କ ସହିତ ମହେଶ ଲୁଗୁନ(୩୫ ବର୍ଷ) ମଧ୍ୟ ଯାଇଥିଲେ। ତେବେ ବର୍ଷା ହେବା ରାତି ପ୍ରାୟ ୨ଟା ବେଳେ ଗାଁ ଲୋକେ ହାତୀ ଘଉଡ଼ାଇବା ବନ୍ଦ କରି ଘରକୁ ଫେରି ଆସିଥିଲେ। ମାତ୍ର ହାତୀ ଦୁଇଟି ଗାଁରୁ ବାହାରି ମହେଶଙ୍କ ମକା କିଆରି ଭିତରେ ପଶି ଯାଇଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ମହେଶ ଏକା ସେଠାକୁ ଯାଇଥିିବା ବେଳେ ହତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ପାଦରେ ଦଳି ମାରି ଦେଇଥିିଲା

ସମ୍ବନ୍ଧିତ ଖବର