ଢେଙ୍କାନାଳ: ଆଶ୍ରମରେ ପଶି ଦୁଇ ସନ୍ୟାସୀଙ୍କୁ ମାରିଲା ହାତୀ

ଢେଙ୍କାନାଳ: ଡେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗଠାରେ ଥିବା ଏକ ଆଶ୍ରମରେ ପଶି ଏକ ହାତୀ ପଲ୍ଲ ଗତକାଲି ରାତିରେ ଦୁଇଜଣ ସନ୍ୟାସୀଙ୍କୁ ପାଦରେ ଦଳି ମାରି ଦେଇଛନ୍ତି। ସନ୍ୟାସୀଙ୍କୁ ଆଶ୍ରମରେ ପଶି ହାତୀ ଦଳିଦେବା ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନବିଭାଗ ହାତୀଙ୍କୁ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଲୋକେ ମରୁଛନ୍ତି ବୋଲି ଲୋକେ ଅଭିଯୋଗ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ଥାନା ଅନ୍ଧାରିଖୋଲ ଗାଁର ପ୍ରହ୍ଲାଦ ବେହେରା (୩୦ ବର୍ଷ) ଓ ବାରିଆପୁର ଗାଁର ମାନସରଞ୍ଜନ ସାହୁ ସୈନ୍ୟାସୀ ଭାବେ ପରଜଙ୍ଗ ଥାନା ସାରଙ୍ଗଠାରେ ଥିିବାଏକ ଆଶ୍ରମରେ ରୁହନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ୍ଲ ଆଶ୍ରମ ଭିତରେ ପଶି ସୈନ୍ୟାସୀ ଦୁଇଜଣଙ୍କୁ ଶୁଣ୍ଢରେ ବାହାରକୁ ଟାଣି ନେବା ସହିତ ବାହାରେ ପାଦରେ ଦଳି ମାରି ଦେଇଛନ୍ତି। ଆଜି ସକାଳେ ବାବା ଦୁଇଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ବାହାରେ ପଡ଼ିଥିବା ଓ ସେଠାରେ ହାତୀ ପଲଙ୍କ ପାଦଚିହ୍ନ ପଡ଼ିଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର