ବେତନଟୀ: ପତ୍ର ତୋଳିବାକୁ ଯାଇଥିବା ମହିଳାଙ୍କୁ ଦଳି ଦେଲା ହାତୀ

ବେତନଟୀ: ମୟୂରଭଞ୍ଜ ଜିିଲ୍ଲା ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଆହାରି ଗାଁର ଜଣେ ମହିଳାଙ୍କୁ ହାତୀ ପାଦରେ ହଳି ହତ୍ୟା କରିଛି। ଆହାରି ଗାଁର ବିମଳା ମହାନ୍ତ (୬୮ ବର୍ଷ) ଶାଳ ପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ପଲ୍ଲ ହାବୁଡ଼ରେ ପଡ଼ିଥିଲେ। ଖବର ପାଇ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଗତକାଲି ବୁଢ଼ିଖମାରୀ ପଞ୍ଚାୟତର ନୟାପୁରୁଷୋତ୍ତମପୁର ଗାଁର ବିଶୁ ଦେହୁରୀ ନାମକ ଜଣେ ଯୁବକ ଚାରକୋଳି ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିବା ବେଳେ ସେଠାରେ ଥିବା ଏକ ହାତୀ ପଲ୍ଳ ତାଙ୍କୁ ପାଦରେ ଦଳ ମାରି ଦେଇଥିଲେ। ଦୁଇ ଦିନ ମଧ୍ୟରେ ଦୁଇଜଣଙ୍କର ହାତୀ ଆକ୍ରମଣରେ ମତ୍ୟୁ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ବିମଳା ସବୁଦିନ ପରି ଶାଳ ପତ୍ର ତୋଳିବାକୁ ଯାେଇଥିବା ବେଳେ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ସେହିପରି ଗତକାଲି ମଧ୍ୟ ବୁଢ଼ିଖମାରୀ ପଞ୍ଚାୟତର ନୟାପୁରୁଷୋତ୍ତମପୁର ଗାଁର ବିଶୁ ଦେହୁରୀ ନାମକ ଜଣେ ଯୁବକ ଚାରକୋଳି ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିବା ବେଳେ ସେଠାରେ ଥିବା ଏକ ହାତୀ ପଲ୍ଳ ହାବୁଡ଼ରେ ପଡ଼ିଥିଲେ। ନିକଟସ୍ଥ ଅଭୟାରଣ୍ୟରୁ ବାହାରି ଆସି ୮ ଘର ହାତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ପ୍ରତିଦିନ ୪/୫ ଜଣ ଲୋକ ହାତୀ ହାବୁଡ଼ରେ ପଡ଼ି ଆହତ ହେଉଛନ୍ତି। ମାତ୍ର ଗତକାଲି ହାତୀ ବିଶୁ ଦେହୁରୀଙ୍କୁ ଓ ଆଜି ବିମଳା ମହାନ୍ତଙ୍କୁ ପାଦରେ ଦଳି ମାରି ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ଏହି ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉ ନାର୍ହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର