କୁଆଁରମୁଣ୍ଡା: ପୂର୍ବତନ ସରପଞ୍ଚଙ୍କୁ ଦଳି ଦେଲା ଦନ୍ତା

କୁଆଁରମୁଣ୍ଡା:କୁଆଁରମୁଣ୍ଡା  ବ୍ଲକ୍‌  କଚାରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ  ରାଙ୍କା ଓରାମ( ୪୮ ବର୍ଷ)ଙ୍କୁ ଆଜି ସକାଳେ ଏକ ଦନ୍ତା ହାତୀ ଦଳି ହତ୍ୟା କରିଛି। ବନବିଭାଗ ମୃତ ଶ୍ରୀ ଓରାମଙ୍କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ  ହରପାଲି ଗାଁରେ ପଶିଥିବା ହାତୀ ପଲଙ୍କୁ ଘଉଡ଼ାଉଥିବା ବେଳେ ଏକ ଦନ୍ତା ହାତୀ ଉତ୍ତ୍ୟକ୍ତ ହୋଇ  ଶ୍ରୀ ଓରାମଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେବା ସହିତ ଦାନ୍ତରେ ଭୁଷି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ଓରାମଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର