କୋରାପୁଟ: ଟ୍ରାକ୍‌ ମରାମତି ବେଳେ ଚଢ଼ିଗଲା ଟ୍ରେନ୍‌, ଜଣେ ମୃତ, ୨ ଗୁରୁତର

କୋରାପୁର: ଗତକାଲି ରାତି ପ୍ରାୟ ୨ଟା ବେଳେ କୋରାପୁଟ୍‌ ଷ୍ଟେସନ୍‌ରେ ରେଲେଓ୍ଵ ଟ୍ରାକ୍‌ ମରାମତି କରୁଥିବା ବେଳେ ହଠାତ ଏକ ଟ୍ରେନ୍‌ ଇଞ୍ଜିନ  ଭୁଲ ଟ୍ରାକ୍‌ରେ ଆସି ମରାମତି କରୁଥିବା ରେଳବାଇ କର୍ମଚାରୀଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ରେଳବାଇ  କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଦ୍ୱୟଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଷ୍ଟେସନ୍‌ ରେଲେଓ୍ଵ ଟ୍ରାକ୍‌ରେ କିଛି ତ୍ରୁଟି ଥିବା ଜଣାପଡ଼ିବା ପରେ  ସିଗନାଲ ମ୍ୟାନେଜର ବିଏସ ଭଟାଚାର୍ଯ୍ୟ,  ଟ୍ରାକ୍‌ ମ୍ୟାନ୍‌ ସନାଧର ହନ୍ତାଳ ଓ ମେକାନିକ୍‌ ଆର କପିଳାସ ରାଜୁ ଟ୍ରାକ୍‌ ମରାମତି କରୁଥିଲେ। ରାତିପ୍ରାୟ ୨ଟା ସମୟରେ ଏକ ରେଳ ଇଞ୍ଜିନ୍‌ ଭୁଲ ଟ୍ରାକ୍‌ରେ ଆସି ସେମାନଙ୍କୁ ଧକ୍କା ଦେବାରୁ  ଘଟଣାସ୍ଥଳରେ  ଶ୍ରୀ ଭଟାଚାର୍ଯ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ହନ୍ତାଳ ଓ ଶ୍ରୀ ରାଜୁ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର