ଖୋର୍ଦ୍ଧା: ଝୁଲନ୍ତା ଅବସ୍ଥାରେ ପୂର୍ବତନ କାଉନ୍‌ସିଲର ନାରାୟଣ ପ୍ରଧାନଙ୍କ ମୃତଦେହ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦର ପୂର୍ବତନ କାଉନ୍‌ସିଲର ତଥା ଭାଲିଆବାଡ଼ି ଗ୍ରାମର ନାରାୟଣ ପ୍ରଧାନ ଓରଫ ଦାମ ପ୍ରଧାନ(୫୧ ବର୍ଷ) ଝୁଲନ୍ତା ମୃତଦେହ ତାଙ୍କ ଶଷ ଜମି ନିକଟରୁ ଜବତ କରାଯାଇଛି। ଅବିବାହିତ ଶ୍ରୀ ପ୍ରଧାନ ତାଙ୍କ ଚାଷ ଜମି ପାଖରେ କରିଥିବା ଏକ ମଞ୍ଚା ନିକଟରେ ଥିବା ଓଉ ଗଛରେ ଫାସ ଲଗାଇ ଗତକାଲି ରାତିରେ ଆତ୍ମହତ୍ୟା କରି ଥିବା କୁହାଯାଉଛି। ତେବେ ତାଙ୍କ ଦୁଇ ପାଦ ମାଟିରେ ଲାଗିଥିବା ବେଳେ ସମ୍ପୂର୍ଣ୍ଣ ଠିଆ ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଛି। ଆଜି ସକାଳେ ଦୁଇ ଦୁଇ ଥର ଶ୍ରୀ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିବା ଖବର ପ୍ରଚାର ହେବା ପରେ ଶହଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ ଯେ ସମଗ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳିରେ ତାଙ୍କର ରାଜନୈତିକ ସମ୍ପର୍କ ରହିଛି। ସେହିପରି ସେ କିଛିଦିନ ସାମ୍ବାଦିକତା କରିବା ସହିତ ଜଣେ ଏ କ୍ଲାସ୍‌ କଣ୍ଟ୍ରାକ୍ଟର ଭାବେ ମଧ୍ୟ ଜଣାଶୁଣା ଥିଲେ। ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଚୋରା ବନ୍ଧୁୁକ ରଖିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ସେ ଜାମିନ୍‌ରେ ଆସିଥିଲେ ମଧ୍ୟ ମାନସିକ ଅଶାନ୍ତିରେ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର