କେନ୍ଦୁଝର: ପରକୀୟ ପ୍ରୀତିର ପରିଣତି, ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ପ୍ରେମିକା

କେନ୍ଦୁଝର: ପରକୀୟ ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଝାରବେଡ଼ା ଗାଁରେ। ଗାଁର ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ ତାଙ୍କ ବିବାହିତା ପ୍ରେମିକା କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ,ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗାଁ ରାଜେନ୍ଦ୍ର ନାୟକ ନାମକ ଜଣେ ୨୨ ବର୍ଷୀୟ ଯୁବକ ତାମିଲନାଡୁର ଚେନ୍ନାଇରେ କାର୍ଯ୍ୟ କରନ୍ତି। ତାଙ୍କର ହରିଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ଦୀର୍ଘ ୪ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା।  ତେବେ ପ୍ରାୟ ଦେଢ଼ ବର୍ଷ ହେବ ଯୁବତୀ ଜଣକ ଅନ୍ୟତ୍ର ବିବାହ କରିସାରିଛନ୍‌ିି ।ଏହା ସତ୍ତ୍ୱେ ଫୋନ ଯୋଗେ ଉଭୟ ବହୁ ସମୟ ଧରି କଥାବାର୍ତ୍ତା କରନ୍ତି।   ତେବେ ଗତକାଲିି ରାଜେନ୍ଦ୍ର ଚେନ୍ନାଇରୁ ଆସି ହରିଚନ୍ଦନପୁର ରେଳଷ୍ଟେସନରେ ଓହ୍ଲାଇବା ପରେ ତାଙ୍କ ବିବାହିତା ପ୍ରେମିକାଙ୍କ ଘରେ ରହିଯିବେ ବୋଲି ଚାହିଁଥିଲେ। ବିବାହିତା ପ୍ରେମିକା ମଧ୍ୟ ତାଙ୍କୁ ଘରକୁ ଆମନ୍ତ୍ରଣ କରିଥିଲେ। । ରାତିରେ ସେମାନେ ଖାଇ ସାରିବା ପରେ  ରାଜେନ୍ଦ୍ରଙ୍କୁ ତାଙ୍କ ପ୍ରେମିକା ମଦ ପିଆଇ ଦେଇଥିଲେ। ଏହା ପରେ  ରାଜେନ୍ଦ୍ର ନିଶାସକ୍ତ ଥିବା ଅବସ୍ଥାରେ ପ୍ରେମିକାଙ୍କ ସହିତ ରାଜେନ୍ଦ୍ରଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ଦିଅର ମିଶି  ଏକ ଧାରୁା ବ୍ଲେଡ୍‌ରେ ରାଜେନ୍ଦ୍ରଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଜେନ୍ଦ୍ରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର