ଯାଜପୁର: ଯାଜପୁର ବିଂଝାରପୁର ବ୍ଲକ୍ର ପୂର୍ବତନ ଛାତ୍ର ନେତାଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ପୀଡିତା ଅଭିଯୋଗ କରିବା ପରେ ପୁଲିସ ବିଞ୍ଝାରପୁର ଶଖାର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ଆଜି ପାଣିକୋଇଲି ବସ୍ଷ୍ଟାଣ୍ଡରୁ ଗିରଫ କରିଛି।
ସୂଚନାଯୋଗ୍ୟ, ବିଂଝାରପୁର ଥାନା ଚିକଣା ପଞ୍ଚାୟତ ପଇରଖ ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର କୁମାର ପ୍ରଧାନ ଜଣେ ନର୍ସଙ୍କୁ ବିବାହ ପ୍ରଲୋଭନ ଦେଖାଇ ୭ବର୍ଷ ହେବ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା।
୭ ବର୍ଷର ସଂପର୍କ ପରେ ଜିତେନ୍ଦ୍ର ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିବା ଯୁବତୀ ଜାଣିବା ପରେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୨୫୧/୧୯ରେ ଏକ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା କରିବା ସହ ଧାରା ୧୬୪ରେ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିଲା।