କେନ୍ଦୁଝର: ବାର୍‌ହା ଶିକାର ପାଇଁ ପୋତାଯାଇଥିବା ବୋମା ବିସ୍ଫୋରଣରେ ୨ ଭାଇ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ଗାଁ ନିକଟ ଜଙ୍ଗଲରେ ପୋତା ଯାଇଥିିବା ବୋମା ବିସ୍ଫୋରଣରେ ଦୁଇଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛିି। ତାଙ୍କ ଗୋଡ଼ର ଦୁଇ ଜଙ୍ଘ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ଗାଁ ନିକଟ ଜଙ୍ଗଲ ଗ୍ରାମର କେଦାର ଜୁଆଙ୍ଗ (୩୦ ବର୍ଷ) ଓ ମୁକୁନ୍ଦ ଜୁଆଙ୍ଗ ଶୌଚ ହେବା ପାଇଁ ଯାଇଥିବା ବେଳେ ମାଟିତଳେ ପୋତା ଯାଇଥିବା ୨ଟି ବୋମା ଆକସ୍ମିକ ଭାବେ ଖୁବ୍‌ ଜୋର ଶବ୍ଦ କରି ଫୁଟିଥଲା।ଏଥିରେ ଦୁଇଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଏପରିକି ସାନଭାଇ କେଦାରଙ୍କୁ ସଜ୍ଞାହୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ତେବେ ଜଙ୍ଗଲ ଭିତରେ କିଏ ବୋମା ପୋତିଲା ତାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରହ୍‌ା ଶିକାର ପଇଁ ଏହି ବୋମା ପୋତା ଯାଇଥିବା କୁହାଯାଉଥିବା ବେଳେ ଅନ୍ୟ କୌଣସି କାରଣରୁୁ ଏହି ବୋମା କିମ୍ବା ଲ୍ୟାଣ୍ଡ ମାଇନ୍‌ସ ପୋତା ଯାଇଥିଲା ପୁଲିସ ତାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର