ଢେଙ୍କାନାଳ: ମଦ କମ୍ପାନୀ ପାଇଁ ଗ୍ରାମ୍ୟଜଙ୍ଗଲରେ ଗଛକଟାକୁ ନେଇ ଗ୍ରାମବାସୀ- ପ୍ରଶାସନ ମୁହାଁମୁହିଁ, ୧୧ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌୍‌ ଅନ୍ତର୍ଗତ ବଳରାମପୁର ଗାଁ ନିକଟସ୍ଥ ୍ର ଗ୍ରାମ୍ୟ ଜଙ୍ଗଲରେ ଏକ ମଦ କମ୍ପାନି ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଆଜି ଏହି ମଦକମ୍ପାନି ପାଇଁ ଜମି ଅଧିଗଅହଣ ବାବଦକୁ ଗ୍ରାଭ୍ୟ ଜଙ୍ଗଲରେ ପ୍ରଶାସନ ପକ୍ଷରୁ ଗଛ କାଟିବାକ୍‌ୁ ଉଦ୍ୟମ ହେବା ବେଳେ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ- ପୁଲିସ ଓ ପ୍ରଶାସନ। ସରକାରୀ ନିର୍ଦ୍ଦେଶାନାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ସମସ୍ତ ଉଦ୍ୟମ ଚଳାଇଥିବା ବେଳେ ପୁଲିସକୁ ବାଧାଦେଇଛନ୍ତି ଗ୍ରାମର ମହିଳା, ପୁରୁଷ।


ମିଳିଥିବା ସୂଚନା ଅନୁଯାୟୀ, ଇଡ୍‌କୋ ପକ୍ଷରୁ ଏକ ମଦ କମ୍ପାନିକୁ ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ବିୟର କାରଖାନା ପ୍ରତିଷ୍ଠା ପାଇଁ ଜମି ଦିଆଯିବ। ଏହି ଜମି ଅଧିଗ୍ରହଣ ପାଇଁ ଆଜି ସକାଳେ ପୁଲିସ, ମାଜିଷ୍ଟ୍ରେଟ୍‌ ବଳାରାମପୁର ଗ୍ରାମକୁ ଯାଇଥିଲେ। ସେମାନେ ମେସିନ ଦ୍ୱାରା ଗଛ କାଟିବା ଆରମ୍ଭ କରିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଜଙ୍ଗଲରେୁ ପ୍ରାୟ ୯୫୮ଟି ବଡ଼ ଗଛ କଟାଯାଉଛି। ତେବେ ଗଛ କଟାଯାଉଥିବା ସୂଚନା ପାଇ ଗ୍ରାମର ମହିଳା, ପୁରୁଷ ଠେଙ୍ଗାବାଡ଼ି ଧରି ଆସି ପହଞ୍ଚିବାରୁ ସେଠାରେ ମୂତୟନ ବ୍ୟାପକ ପୁଲିସ ଗ୍ରାମବାସୀଦୀମାନଙ୍କୁ ବାଧା ଦେଇଥିଲେ। ପରେ ୨୦ରୁ ଊର୍ଧ୍ୱ ଗ୍ରାମବାସୀଙ୍କୁୁ ପୁଲିସ ଘଟଣାସ୍ଥଳରୁ ଜୋର ଜବରଦସ୍ତ ଉଠାଇ ନେଇଛି। ପରେ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର