ମାଲକାନଗିରି: ନକଲି ନକ୍ସଲ ଗିରଫ

0 516

ମାଲକାନଗିରି: ମାଲକାନଗିରି ପୁଲିସ ରବିବାର ଦୁଇଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି। ଦୁଇ ନକଲି ନକ୍ସଲଙ୍କ ନାମ କେଶବ ଖିଲ ଓ ରାମଚନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେଶବ ଖିଲ ଓ ରାମଚନ୍ଦ୍ର ମାଝୀ ନକଲି ନକ୍ସଲ ସାଜି ମୋଟୁ ତହସିଲ୍‌ରେ କାର୍ଯ୍ୟରତ ସୁପରଭାଇଜର ଚିହ୍ନା ରାଓଙ୍କୁ ନକ୍ସଲ ନାମରେ ୫ଲକ୍ଷ ଟଙ୍କା ଧମକ ଦେଇ ମାଗିଥିଲେ। ଚିନ୍ନା ରାଓ ଏନେଇ ମାଲାକନଗିରି ଥାନାରେ ଏତଲା ଦେଇଥିଲେ। ମାଲାକନଗିରି ଆଇଆଇସି ସୌମେନ୍ଦୁ ଶେଖର ଦାସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ଫୋନ୍‌ ଟ୍ରାକିଂ କରି ଆଦିବାସୀ କୁଲି ଓ ଚାଷୀ ବେଶରେ ଯାଇ ଟଙ୍କା ନେବାକୁ କହିଥିବା ସ୍ଥାନରେ ଛପି ରହିଥିଲେ। କିଛି ସମୟରେ ସେହି ସ୍ଥାନକୁ ଦୁଇ ନକଲି ନକ୍ସଲ ଆସି ପହଞ୍ଚିଥିଲେ। ଏହାପରେ ପୂର୍ବରୁ ଲୁଚି ରହିଥିବା ପୁଲିସ ଟିମ୍‌ ନକଲି ନକ୍ସଲକୁ କାବୁ କରି ଗିରଫ କରିଥିଲେ।

ପ୍ରକାଶ ଥାଉକି, କେଶବ ଖିଲ ହେଉଛନ୍ତି ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.