ବାଲେଶ୍ୱର: ଆରଡ ବଜାରରୁ ନକଲି ମୋବିଲ କାରଖାନା ଠାବ, ୨ ଗିରଫ

ବାଲେଶ୍ୱର: ସହଦେବଖୁଣ୍ଟା ଆଦର୍ଶ ଥାନା ଅନ୍ତର୍ଗତ ଆରଡବଜାରୁ ଶୁକ୍ରବାର ଏକ ନକଲି ମୋବିଲ କାରଖାନା ଠାବ ହୋଇଛି। ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଡବାରେ ନକଲି ମୋବିଲ ପ୍ୟାକିଙ୍ଗ ଥିବା ୧୨୦୦ ଲିଟର ମୋବିଲକୁ ପୁଲିସ ଜବତ କରିଛି। ଦୀର୍ଘ ୨୦ ବର୍ଷ ଧରି ଏହି ବ୍ୟବସାୟ ଚାଲିଥିବା ପୁଲିସ କହିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଯୋଜନା ମୁତାବକ ନକଲି ମୋବିଲ କଂପାନୀରେ ଚଢ଼ାଉ କରିଥିଲା। ପୁଲିସ କହିଛି, ବଜାରରୁ ପୁରୁଣା ଓ ପୋଡ଼ା ମୋବିଲ କିଣି ସେଥିରେ ବିଭିନ୍ନ ରଙ୍ଗ ମିଶାଇ ବ୍ୟବସାୟ ଚଳାଇଥିଲେ। ସହଦେବଖୁଣ୍ଟା ମଡେଲ ଥାନାର ପୁଲିସ ଓ ଗଲ୍ଫ ମୋବିଲ କଂପାନିର ତଦନ୍ତକାରୀ ଟିମ୍‌ ମିଳିତ ଭାବେ ଏହି କାରଖାନା ଠାବ କରିଥିଲେ। ବିଭିନ୍ନ ବ୍ରାଣ୍ଡର ଖାଲି ଡବା, ରଙ୍ଗ, ଠିପି, ଷ୍ଟିକର ଓ ସିଲ ଆଦି ଜବତ କରିବା ସହିତ ପୁଲିସ ସାହିଲ ଓରଫ ୟୁସୁଫ ଖାଁ (୩୦) ଓ ରାଜୁ ଓରଫ ଈର୍ଷଦ ଖାଁ (୨୫)କୁ ଗିରଫ କରିଛି। ଘରମାଲିକ ଅବଦୁଲ ମଜିଦ (୬୦)କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର