ତିନିଜଣ ନକଲି ନକ୍ସଲ ଗିରଫ

ନାରାୟଣପାଟଣା: କୋରାପୁଟ ନାରାୟଣପାଟଣା ଅଞ୍ଚଳରୁ ୩ଜଣ ନକଲି ନକ୍ସଲଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି। ଗିରଫ ତିନିଜଣ ନକଲି ନକ୍ସଲ ନାରାୟଣପାଟଣା ଅଞ୍ଚଳର ବୋଲି ନାରାୟଣପାଟଣା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ତିନିଜଣ ନକଲି ନକ୍ସଲଙ୍କ ନାମ ଜୁନେଶ କୌଶଳା, ବାସୁଦେବ ପାଙ୍ଗି ଓ ସୁର ତାଡିଙ୍ଗି ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ତିନିଜଣ ଠିକାଦାର ନକ୍ସଲ ନାମରେ ଟଙ୍କା ଆଦାୟ କରୁଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତଦନ୍ତ କରି ଉକ୍ତ ତିନିଜଣ ନକଲି ନକ୍ସଲଙ୍କ ଉପରେ ଆତର୍କିତ ଚଢ଼ଉ କରି ମଙ୍ଗଳବାର ସେମାନଙ୍କୁ ଗିରଫ କରିଛି। ଗିରଫ ନକଲି ନକ୍ସଲଙ୍କ ଠାରୁ ପୁଲିସ ୭ଟି ମୋବାଇଲ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର