ସୋନପୁର: ନକଲି ଟଙ୍କା କାରବାର ର‍୍ୟାକେଟ ଠାବ, ୩ ଗିରଫ, ୪୨ ହଜାର ଟଙ୍କା ଜବତ

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ପୁଲିସ ଏକ ଜାଲ ନୋଟ କାରବାର କରୁଥିବା ର‍୍ୟାକେଟକୁ ଠାବ କରିଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪୨ ହଜାର ୫ଶହ ଟଙ୍କାର ନକଲି ନୋଟ୍‌ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ଦିନ ୪ ଜଣ ଯୁବକ ବୀରମହାରାଜପୁର ଅଞ୍ଚଳରୁ ୪ଟି ଛେଳି କିଣି ୪ ଜଣଙ୍କୁ ୪୨ ହଜାର ୫ଶହ ଟଙ୍କା ଦେଇଥିଲେ। ମାତ୍ର ସେମାନେ ଏହି ଟଙ୍କା ନେଇ ଦୋକାନକୁ ଯିବାରୁ ଏହା ନକଲି ଟଙ୍କା ବୋଲିି ଜଣାପଡ଼ିଥିଲା। ଏ ନେଇ ସେମାନେ ବୀରମହାରଜପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ତଦନ୍ତ କରି ପୁଲିସ ଏହି ନକଲି ନୋଟ୍‌ କାରବାର କରୁଥିବା ର‍୍ୟାକେଟର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଞ୍ଜିତ ନାୟକ, ଗୁଡଭେଲିପଦର ଗାଁର ରାଜେଶ ସାହୁ, ସୋନପୁର ଜିଲ୍ଲା ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଅନ୍ୟ ଜଣେ ରାମାନନ୍ଦ ପ୍ରଧାନ ଫେରାର ହୋଇ ଯାଇଛନ୍ତି। ପୁଲିସ ନିକଟରେ ବୌଦ୍ଧ ଜିଲ୍ଲାରେ ଧରାପଡ଼ିଥିବା ନକଲି ନୋଟ୍‌ ର‍୍ୟାକେଟ ସହିତ ଏହି ଅଭିଯୁକ୍ତମାନଙ୍କର ସମ୍ପର୍କ ଥିବା ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର