ଭଦ୍ରକ: ଜାଲ ନୋଟ ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରି ଥାନା ଅନ୍ତର୍ଗତ ନେରେଡା ଗ୍ରାମରେ ନକଲିି ଓ ଜାଲ ନୋଟ କାରବାର କରିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ସମ୍ପର୍କରେ ଶଳା ଭିଣୋଇ ବୋଲି ପୁଲିସ କହିିଛି। ସେମାନଙ୍କ ଠାରୁ ୯୨ ଖଣ୍ଡ ଜାଲ ନୋଟ୍‌ ଜବତ କରାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ନେରଡ଼ା ଗ୍ରମର ଚନ୍ଦ୍ରକାନ୍ତ ନାୟକ ଓ ତାଙ୍କର ଦୁଇ ଶଳା ଦେବାଶିଷ ମହାନ୍ତି ଓ ଅଜୟ ମହାନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ଜାଲ ନୋଟ୍‌ ଆଣି ଭଦ୍ରକ ଗ୍ରାମାଞ୍ଚଳରେ କାରବାର କରୁଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିତିଳା। ଚଢ଼ାଉ ସମୟରେ ଅଭିଯୁକ୍ତକମାନଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଥିଲା। ସେଥିମଧ୍ୟରୁ ୧୩ ହଜାର ୨ଶହ ଟଙ୍କା ଜାଲ ଥିବା ଜଣାପଡ଼ିଥିଲା। ଜଶ ଜବତ ଜାଲ ନୋଟ୍‌ ମଧ୍ୟରେ ୫୧ଟି ୧୦୦ ଟଙ୍କିିଆ ଓ ୪୧ଟି ଦୁଇଶହ ଟଙ୍କିିଆ ନୋଟ୍‌ ରହିଛି। ତେବେ ଏହି ଜାଲ ନୋଟ୍‌ କାରବାର ପଛରେ ଏକ ର‍୍ୟାକେଟ୍‌ ରହିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର