ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକ୍‌ ଅନ୍ତର୍ଗତ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଶିଶୁର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ଭଙ୍ଗା ଇଂଜେକ୍ସନ୍‌ ଛୁଞ୍ଚି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକମାସ ପୂର୍ବେ ଜଣେ ନର୍ସ ଉକ୍ତ ଶିଶୁକୁ ଇନେ୍‌ଜକ୍ସନ୍‌ ଦେଉଥିବା ବେଳେ ଶିଶୁର ଶରୀରରେ ଏହି ଛୁଞ୍ଚି ଭାଙ୍ଗି ରହି ଯାଇଥିବା ଅଭିଯୋଗ ହୋଇଛି।

Advertisment

publive-image

ଏପରି ଏକ ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଧୀନସ୍ଥ ବାଳୁଙ୍ଗା ଖମାର ଗ୍ରାମରେ ବସବାସ କରୁଥିବା ନିରଞ୍ଜନ ବେହେରାଙ୍କ ଝିଅ ଶାଳିନୀ ବେହେରାଙ୍କ ସହିତ ଘଟିଛି। ୨ମାସ ପୂର୍ବେ ଶାଳିନୀ ଶରୀର ଅସୁସ୍ଥ ହୋଇପଡ଼ିଥିବା ହେତୁ ତାଙ୍କୁ ଅନୁଗୁଳସ୍ଥିତ ଏକ ଫାର୍ମାସିଷ୍ଟଙ୍କ ପାଖକୁ ନିଆ ଯାଇଥିଲା। ସେଠାରେ ଫାର୍ମାସିଷ୍ଟ ଶାଳିନୀଙ୍କୁ ଇନ୍‌ଜେକ୍‌ସନ୍‌ ଦେଉଥିବା ବେଳେ ତାଙ୍କ ଶରୀରରେ ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। ଏହାପରେ ଫାର୍ମାସିଷ୍ଟ କହିଥିଲେ, କିଛି ଚିନ୍ତା କରିବାର କାରଣ ନାହିଁ ଏହି  ଛୁଞ୍ଚିଟି ଦିନେ ଦୁଇଦିନ ମଧ୍ୟରେ ଶରୀରରୁ ବାହାରିଯିବ। ମାତ୍ର ୪/୫ଦିନ ଅପେକ୍ଷା କରିବା ପରେ ବି ଛୁଞ୍ଚିଟି ସେମିତି ଶାଳିନୀଙ୍କ ଶରୀର ମଧ୍ୟରେ ରହିଥିଲା।

publive-image

ଶେଷରେ ନିରଞ୍ଜନ ଶାଳିନୀଙ୍କୁ ନେଇ ଚନ୍ଦନ ନର୍ସିଂ ହୋମ ଆସିଥିଲେ। ସେଠାରେ ମଧ୍ୟ ଶାଳିନୀଙ୍କ ସଫଳ ଅସ୍ତ୍ରୋପଚାର ହୋଇ ପାରି ନ ଥିଲା। କିଛିଦିନ ପରେ ନିରଞ୍ଜନ ପୁଣିଥରେ ଝିଅକୁ ଧରି ଭୁବନେଶ୍ୱରସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲ୍ ଆସିଥିଲେ। କିନ୍ତୁ ଏଠାରେ ବି ଶିଶୁ ଶରୀରରୁ ଛୁଞ୍ଚି ବାହାରି ପାରି ନ ଥିଲା। ଦୁଇଦୁଇ ଥର ଅସ୍ତ୍ରୋପଚାର ପରେ ବି ଶାଳିନୀଙ୍କ ଶରୀରରୁ ଛୁଞ୍ଚି ବାହାରି ନପାରିବାରୁ ଝିଅକୁ ଯନ୍ତ୍ରଣା ହେଉଥିବା ବେଳେ ନିରଞ୍ଜନ ବି ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି।