ଯାଜପୁର: ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା  ଧର୍ମଶାଳା ଥାନା ଅଭୟପୁର ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଜଣେ  ଚାଷୀ  ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅତ୍ୟଧିକ ଋଣଭାରରେ ଅତିଷ୍ଟ ହୋଇ ସେ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗରାଜପୁର ଗ୍ରାମର ଗୌରାଙ୍ଗ ବଳ(୪୫ ବର୍ଷ) ନାମକ ଜଣେ ଚାଷୀ ନିଜର ଅଳ୍ପ ଜମି ସହିତ ଅନ୍ୟ ଲୋକଙ୍କ ଠାରୁ ଭାଗରେ ଜମି ଆଣି ଚାଷ କରିଥାନ୍ତି। ତେବେ ଚଳିତ ବର୍ଷ ଚାଷ କାର୍ଯ୍ୟ ସହିତ ଅନ୍ୟ ଘରୋଇ କାମ ପାଇଁ ସେ ପ୍ରାୟ ୩ ଲକ୍ଷ ଟଙ୍କା ଧାର କରଜ ଓ ହାତ ଉଧାରି କରି ଦେଇଥିଲେ। ଅପରପକ୍ଷେ ଚାଷ କାର୍ଯ୍ୟ ମଧ୍ୟବିଭିନ୍ନ କାରଣରୁ ଠିକ୍‌ ଭାବେ ହୋଇ ନାହିଁ। ତେଣୁ ଋଣ ଟଙ୍କା କେମିତି ଶୁଝିବେ ତାକୁ ନେଇ ମାନସିକ ଅଶାନ୍ତିରେ ଥିବା ଗୌରାଙ୍ଗ ଗତକାଲି ରାତିରେ ଘର ପଛ ପଟେ ଥିିବା ଆମ୍ବ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବଡ଼ଚଣା ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର