ଆତ୍ମହତ୍ୟାରୁ ନ କରିବାକୁ କୃଷକ ସଚେତନତା କାର୍ଯ୍ୟକ୍ରମ

ନର୍ଲା: ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତ ଅଧୀନସ୍ଥ ଶ୍ରୀପୁର ଗ୍ରାମର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇ ପଡ଼ିଛନ୍ତି। ଗୁରୁବାର ଏ ନେଇ ଏକ ସଚେତନତା ସଭା ଭାନପୁର ପଞ୍ଚାୟତର ରାକ୍ସି ଗାଁରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚନ୍ଦ୍ରମଣି ବଡନାୟକ, ନର୍ଲା ତହସିଲଦାର ଦାଇତ୍ୱରେ ଥିବା ବିଡିଓ ପ୍ରଭାସଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ଅଶୋକ ଭୋଇ, ନର୍ଲା ସହକାରୀ କୃଷି ଅଧିକାରୀ ସୁଧାଂଶୁ ମେହେର, ଭାନ୍‌ପୁର ଗ୍ରାମ୍ୟକୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ନର୍ଲା ଆର୍‌ଆଇ ଚତୁର୍ଭୁଜ ନାଏକ ଉପସ୍ଥିତ ଥିଲେ। ଚାଷୀମାନେ ଆତ୍ମହତ୍ୟା ନ କରିବାକୁ ଅନୁରୋଧ କରିବା ସହ କ୍ଷତିଗ୍ରସ୍ତ ଫସଲ ଆକଳନ କରି ସରକାର କ୍ଷତିପୂରଣ ଦେବେ ବୋଲି କହିିଥିଲେ। ପରେ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଓ୍ଵାର୍ଡ ସଭ୍ୟା ବବିତା ମାଝୀ, ଚାଷୀ ହରେକୃଷ୍ଣ ବାଗ୍‌, ନତିଆ କୁମାର, ଅର୍ଜୁନ କୁମାର, ନବୀନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଏହି ପଞ୍ଚାୟତର ବଫଲା, କମେଗାଁ ଓ ଭାନ୍‌ପୁର ଗ୍ରାମରେ ମଧ୍ୟ କୃଷକ ସଚେତନତା ସଭା ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର