କେନ୍ଦ୍ରାପଡ଼ା/କଟକ: ବିଲରେ କାମ କରୁଥିବା ବେଳେ ରବିବାର ଅପରାହ୍ଣରେ ୩ ଜଣ ଚାଷୀ ବଜ୍ରାପାତର ଶିକାର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ବରକନ୍ଧା ଗ୍ରାମର ଗାଣ୍ଡୁଆ ରାଉତ ବିଲରେ କାମ କରୁଥିବା ସମୟରେ ଆଜି ବଜ୍ରପାତ ହୋଇଥିଲା। ଏଥିରେ ଗାଣ୍ଡୁଆ ରାଉତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ପହଂଚିବା ପରେ ଗାଣ୍ଡୁଆ ରାଉତଙ୍କୁ ଡାକ୍ତର ମୃତଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କଟକ ଜିଲ୍ଲାର ସାଲେପୁରର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ବିଲରେ କାମ କରୁଥିବା ବେଳେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲେଖନପୁର ଗାଁର ରଞ୍ଜନ ବେହେରା ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ବଜ୍ରପାତ ଯୋଗୁଁ ମାହାଙ୍ଗା ଅଞ୍ଚଳରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି।