ମୟୂରଭଂଜ: ବିଷଧର ସାପ କାମୁଡିବାରୁ ବାପ ମୃତ, ଗୁରୁତର ଝିଅକୁ ହସ୍ପିଟାଲ୍ରେ ଭର୍ତ୍ତି
ବାଙ୍ଗିରିପୋଷି: ବୁଡାମରା (ଉଦାଳି) ଗ୍ରାମରେ ଏକ ବିଷଧର ସାପ କାମୁଡାରେ ବାପ ମୁରଲି ଗୋଛାୟତ (୪୬)ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଲିପ୍ସା ଗୋଛାୟତ (୧୩) ଗୁରୁତର ଥିବା ଜଣାପଡ଼ିଛି। ଘଟଣା ଗୁରୁବାର ରାତି ହୋଇଥିବା ବେଳେ ଉଭୟ ବାପ-ଝିଅ ସକାଳ ହେବା ପର୍ଯ୍ୟନ୍ତ ଜାଣି ପାରି ନଥିଲେ। ପ୍ରଥମେ ମୁରଲିଙ୍କ ଦେହ ଖରାପ ହେବାରୁ ତାଙ୍କୁ ପରିବାର ଲୋକେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ନେଇଥିଲେ। ପରେ ଝିଅ ଲିପ୍ସାକୁ ମଧ୍ୟ ଡାକ୍ତର ଖାନା ନିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ନିଆଯାଇଥିବା ବାଟରେ ବାପର ମୃତ୍ୟୁ ହେବାରୁ ଆମ୍ବୁଲାନ୍ସ ବେତନଟୀ ଡାକ୍ତରଖାନାରେ ମୃତଦେହ ଛାଡି ଦେଇ ଝିଅକୁ କଟକ ନେଇଥିଲା। ଏହି ଦୁଃଖଦ ଖବର ଜାଣିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗରିବ ପରିବାରକୁ ସରକାରୀ ସାହାଯ୍ୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।