ନୃଶଂସ ହତ୍ୟା: ନାବାଳକ ପୁଅକୁ ଠେଙ୍ଗାରେ ପିଟି ମାରିଦେଲା ବାପା

ମାଲକାନଗିରି: କଥା ନ ମାନିବାରୁ ନାବାଳକ ପୁଅକୁ ଠେଙ୍ଗାରେ ପିଟି ପିଟି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ନିଲିଗୁଡ଼ା ଗାଁରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ରବିବାର ଜଣାପଡ଼ିଛି। ନାବାଳକ ପୁଅ ନିଜ ପରିବାରର କହିବା ଅନୁସାରେ କାମ କରୁ ନଥିଲା। ପୁଅର ଏଭଳି ଅମାନିଆ ପ୍ରକୃତି ଯୋଗୁଁ ବାପା ବିରକ୍ତି ପ୍ରକାଶ କରୁଥିଲା। ଶେଷରେ ବାପା ଅଗ୍ର ରୂପଧାରଣ କରି ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।

ସୂଚନା ଅନୁସାରେ ଶନିବାର ରାତି ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ରାତି ସମୟରେ ଗାଈଗୋରୁକୁ ଠିକ୍‌ ଭାବେ ବାନ୍ଧି ରଖୁନଥିବାରୁ ଗାଈ ଏଣେତେଣେ ବୁଲୁଛି। ମୁଁ ଚାଷ କରିବାକୁ ଯିବା ପରେ, ତୁମେ ଗାଈର ଦେଖାରେଖା ଠିକ୍‌ ଭାବେ କରିପାରୁ ନାହଁ କହିବାରୁ ବାପା ମୁକା ମାଡ଼ିକୁ ପୁଅ ଇର୍ମା ମାଡି ବିରୋଧ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁକା ମାଡ଼ି ପାଖରେ ଥିବା ଏକ ଠେଙ୍ଗାରେ ପୁଅର ମୁଣ୍ଡକୁ ଲକ୍ଷ୍ୟ କରି ଶକ୍ତ ପ୍ରହାର ଦେଇଥିଲା। ଫଳରେ ଅଳ୍ପ ସମୟ ପରେ ପୁଅର ଜୀବନ ଚାଲି ଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର