ସମ୍ବଲପୁର: ଝିଅ ବାହାଘରର ଦୁଇଦିନ ପୂର୍ବରୁ ବାପାଙ୍କ ତଣ୍ଟିକାଟି ହତ୍ୟା

ସମ୍ବଲପୁର: ଆଉ ଦୁଇ ଦିନ ପରେ ଝିଅର ବାହାଘର ଥଲି। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ମାତ୍ର ରାତିରେ ଘରେ ପଶି ଜଣେ ଯୁବକ ତଣ୍ଟି କାଟି ହତ୍ୟା କରିଛି ଗୃହସ୍ୱାମୀଙ୍କୁ ।ବିବାହ ଉତ୍ସବର ପରିବେଶ ଶୋକାକୂଳ ପରିବେଶରେ ପରିଣତ ହୋଇଛି।ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ରୁନିମହଲ ଗାଁରେ ଆଜି ଭୋର ଭୋରରୁ ଘଟିଛି ଏପରି ଏକ ଅଭାବନୀୟ ଘଟରା। ଗୃହସ୍ୱାମୀଙ୍କ ପୁଅକୁ ହତ୍ୟା କରିବାକୁ ଯାଇଥିବା ଜଣେ ଯୁବକ ଜାଣି ନ ପାରି ଶୋଇଥିବା ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି। ଏପରିକି ଶୋଇଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପତ୍ନୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।


ମିଳିଥିବା ସୂଚନା ଅନଯାୟୀ ରୁନିମହଲ ଗାଁର ଗତକାଲି ରାତିରେ ଜଣଙ୍କର ବାହାଘର ଥିଲା। ଏହି ବାହାଘରରେ ବରଯାତ୍ରୀ ଭାବେ ଗଗନ ଦଣ୍ଡସେନା (୨୪ ବର୍ଷ)ଓ ହୃଷିକେଶ ବାରିକ(୪୫ ବର୍ଷ)ଙ୍କ ପୁଅ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଳା।ଅନ୍ୟ ଲୋକେ ଏହାକୁ ବୁଝାଶୁଝା କରି ସମାଧାନ କରିଥିଲେ। ରାତିରେ ବରଯାତ୍ରୀ ଦଳ ଗାଁକୁ ଫେରି ଆସିଥିଲେ। ତେବେ ଭୋର ପ୍ରାୟ ୫ଟା ବେଳେ ଗଗନ ହୃଷିକେଶଙ୍କ ପୁଅକୁ ହତ୍ୟା କରିବା ପାଇଁ ଯୋଜନା କରି ତାଙ୍କ ଘର ଭିତରେ ପଶିଥଲା। ମାତ୍ର ଗଗନ ଯାହାକୁ ନିଜର ଶତ୍ରୁ ବୋଲି ଭାବି ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଦେଇଥିଳା, ସେ ହୃଷିକେଶଙ୍କ ପୁଅ ନ ଥିଲେ ବରଂ ନିଜେ ହୃଷିକେଶ ସେଠାରେ ଶୋଇଥିଲେ। ତେବେ ଗଗନ ହୃଷିକେଶଙ୍କ ତଣ୍ଟି କାଟୁଥିବା ଦେଖି ତାଙ୍କ ପତ୍ନୀ ଗିରିଜା ଦୌଡ଼ି ଆସି ତାଙ୍କୁ ଗଗନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଗଗନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପରେ କୌଣସି ମତେ ଗଗନ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗିରିଜାଙ୍କ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇ ଗଗନକୁ କାବୁ କରି ନେଇଥିଲେ। ଗୁରୁତର ଅବସ୍ଥାରେ ହୃଷିକେଶଙ୍କୁ ଡାକ୍ତରଖାନାକୁ ନିଆଯାଇତଇଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ରୁନିମହୁଲ ଗାଁରେ ପହଞ୍ଚି ଲୋକଙ୍କ କବଳରୁ ଗଗନଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।

ସମ୍ବନ୍ଧିତ ଖବର