ବାରିପଦା: ୧୨ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କଲା ବାପା

ବାରିପଦା: ଗତକାଲି ବିଳମ୍ବିତ ରାତିାର ବାରିପଦା ସଦର ଥନା ଅନ୍ତର୍ଗତ ଗୋବର୍ଦ୍ଧନଶୋଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର ଜଣେ ଯୁବକ ବିଳମ୍ବିତ ରାତିରେ ଘରେ ଶୋଇଥିବା ନିଜ ୧୨ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କରିଛି। ମା ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଅଭିଯୁକ୍ତ ବାପାକୁ ଗିରଫ କରିଛି। ମସ୍ତିଷ୍କ ବିକୃତି ଯୋଗୁଁ ବାପା ଏପରି ଜଘନ୍ୟ କାଣ୍ଡ ଘଟାଇଥିିବା ପୁଲିସ କହିଛି।


ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋବର୍ଦ୍ଧନଶୋଳ ଗାଁର ସନିଆ ଦେହୁରୀ( ୩୫ ବର୍ଷ)ଙ୍କର ୨ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଅଧିକାଂଶ ସମୟରେ ସନିଆ ନିଜ ପିଲାମାନଙ୍କୁ ମାରଧର କରେ। ଗତକାଲି ରାତିରେ ମଧ୍ୟ ଗୋବର୍ଦ୍ଦନ ପରିବାରର ସମସ୍ତଙ୍କୁ ମାରିବାକୁ ଗୋଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କ ସ୍ତ୍ରୀ ଙ୍କ ସହିତ ପୁଅ ଝିଅ ଦୌଡ଼ି ବାହାରକୁ ପଳାଇ ଯାଇଥିଲେ। ମାତ୍ର ୧୨ ବର୍ଷର ଝିଅ ଫୁଲଝରି ଦେହୁରୀ ବାହାରକୁ ଯାଇ ନ ପାରିବାରୁ ତାଙ୍କୁ ଧରିପକାଇଥିଳା ସନିଆ। ଶେଷରେ ଘର ଭିତରେ ତାର ହାତଗୋଡ଼ ବାନ୍ଧି ତଣ୍ଟି କୁ ଏକ ଦାଆରେ କାଟି ହତ୍ୟା କରିଥିଲା ସନିଆ। ଏ ସମ୍ପର୍କରେ ମୃତ ଝିଅର ମା ଓ ଗ୍ରାମବାସୀମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସନିଆ ଦହୁରୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର