ଜଗତସିଂହପୁର: ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ପ୍ଲାଟୁନ ଫୋର୍ସ ମୁତୟନ

ଜଗତସିଂହପୁର: ବାଲିକୁଦା ଅଂଚଳର ଖମ୍ବାକୂଳରେ ରଥଟଣା ବେଳେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କର ଧସ୍ତାଧସ୍ତି ହୋଇଛି। ଏସଡିପିଓ ପ୍ରକାଶ ଚନ୍ଦ୍ର ପାଳ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ମଠ ମହନ୍ତଙ୍କ ପୈତୃକ ଗାଁର ରୋଷେଇ ଘର ପୋଡ଼ାଜଳା ହେବା ପରେ ଉତ୍ତେଜନା ଦେଖାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣକୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର