ନୟାଗଡ଼: ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ, ୪ ବନ୍ଧୁୁକ ଜବତ

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରୁ ଗତକାଲିି ବିଳମ୍ବିତ ରାତିରେ ପୁଲିସ ଏକ ବନ୍ଧୁକ ତିଆରି କାରଖାନାକୁ ଠାବ କରିବା ସହିତ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ସେଠାରୁ ବନ୍ଧୁକ ତିଆରି ବହୁ ସାମଗ୍ରୀ ଜବତ କରିବା ସହିତ ୪ଟି ବନ୍ଧୁକ, ଗୋଟିଏ ପିସ୍ତଲ ଜବତ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୋପୀନାଥପୁର ଗାଁର ସୁଧୀର ବେହେରା (୨୦ ବର୍ଷ) ଗାଁରେ ଚୋରାରେ ଶାଳ କରି ବନ୍ଧୁକ ତିଆରି କରି ଅନ୍ୟମାନଙ୍କୁ ବିକ୍ରିି କରୁଥିବା ନେଇ ପୁଲିସକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଗତକାଲି ବିଳମ୍ବିତ ରାତିରେ ଏସଡିପିଓ ସୁଧାକର ସାହୁ ଓ ଆଇଆଇସି ରତିରଞ୍ଜନ ପଟ୍ଟନାୟକ ଏହି ବନ୍ଧୁୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ। ସେଠାରୁ ୪ଟି ସିଙ୍ଗଲ ବୋର ବନ୍ଧୁକ, ଗୋଟିଏ ପିସ୍ତଲ ସହିତ ଗୁଳି, ଗୁଳି ତିଆରି ପାଇଁ ବାରୁଦ, ଅନ୍ୟ ବନ୍ଧୁକ, ଗୁଳି ତିଆରି ସରଞ୍ଜାମ ଜବତ କରିବା ସହିତ ସୁଧୀରଙ୍କୁ ଗିରଫ କରିଥିଲେ। ତେବେ ସୁଧୀର ସହିତ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସୁଧୀର ବର୍ତ୍ତମାନ କେତୋଟି ବନ୍ଧୁକ କାହାକୁ ବିକ୍ରି କରିଛନ୍ତି ତାହା ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର