ନୂଆପଡ଼ା: ଖରିଆର ରୋଡସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ ଥିବା ବେଳେ ଆଜି ରାତି ପ୍ରାୟ ୮ଟା ୩୦ରେ ଭିତର ପାର୍ଶ୍ୱରୁ ନିଆଁ ଲାଗିଛି। ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲିଭାଇବାକୁ ଦମକଳ ବାହିନୀର କର୍ମଚାରୀଙ୍କୁ ପ୍ରାୟ ଏକ ଘଣ୍ଟା ଲାଗିଥିଲା। ତେବେ ବିଦ୍ୟୁତ୍‌ ସର୍ଟସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବ୍ୟାଙ୍କ ଖୋଲିବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ।
publive-image

Advertisment