ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର, ୧୧ ପରିବାରଙ୍କ ଘର ଧ୍ୱଂସ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ବାଙ୍ଗୁରିସିଙ୍ଗା ଗାଁରେ ଗ୍ୟାସ ଟାଙ୍କି ଫାଟି ମାଆ, ପୁଅ, ବୋହୂ ଗୁରୁତର ହୋଇଛନ୍ତି। ଏଥିସହିତ ୧୧ ବଖରା ଘର ମଧ୍ୟ ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଘରେ ଗ୍ୟାସ ଟାଙ୍କି ଫାଟି ବିନୋଦ ପ୍ରଧାନଙ୍କ ପରିବାରର ୪ଜଣ ବିନୋଦ ପ୍ରଧାନ, ହେମା ପ୍ରଧାନ, ମିନା ପ୍ରଧାନ ଓ ୭ବର୍ଷର ପୁଅ ଆୟୁଷ ପ୍ରଧାନ ଗୁରୁତର ଆହତ ହୋଇ ଢ଼େଙ୍କାନାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗ୍ୟାସଟାଙ୍କି ଫାଟି ଘଟିଥିବା ଅଗ୍ନିକାଣ୍ଡରେ ୧୧ଟି ପରିବାରଙ୍କର ୧୧ ବଖରା ଘର ପୋଡି ଧ୍ୱଂସ ହୋଇଯାଇଛି।

ଗ୍ରାମର ପ୍ରମୋଦ ଖମାରି, ନିତ୍ୟାନନ୍ଦ ପ୍ରଧାନ, ପିତେଇ ପ୍ରଧାନ, ରୋହିତ ପ୍ରଧାଦ, ଖୁକୁନି ପ୍ରଧାନ, ଭଗବାନ ପ୍ରଧାନ, ବିଭୂତି ପ୍ରଧାନ, ଚିନି ପ୍ରଧାନ, ସଞ୍ଜୟ ପ୍ରଧାନ, ବିନୋଦ ପ୍ରଧାନ ଓ ବଗା ପ୍ରଧାନଙ୍କ ଘର ପୋଡି ଯାଇଥିବା ଜଣାଯାଇଛି।

ଏହି ଘରପୋଡି ବିଷୟରେ ଖବର ପାଇ ରାଜସ୍ୱ ନିରକ୍ଷକ ଚିନ୍ମୟ ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଘରପୋଡି ଯାଇଥିବା ବ୍ୟକ୍ତିମାନଙ୍କୁ ପଲିଥିନି ଯୋଗାଇବା ସହିତ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବାକୁ କହିଛନ୍ତି। ତେବେ ଗ୍ୟାସ ଟାଙ୍କି ଫାଟିବାର କାରଣ ଏଯାବତ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର