କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧ କୋଟି ଟଙ୍କାର ସମ୍ପତ୍ତି ପାଉଁଶ!

ଭୁବନ: କପଡ଼ା ଗୋଦାମରେ ରବିବାର ରାତି ସାଢ଼େ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି। ଫଳରେ ବ୍ୟାପକ ପରିମାଣରେ ପୋଶାକ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଭୁବନସ୍ଥିତ ୫୩ ନମ୍ବର ଜାତୀୟ ରାଜପଥର ଡାକଘର ନିକଟରେ ଥିବା ଶ୍ରୀକ୍ରିଷ୍ଣା ଡ୍ରେସ୍‌ ସପ୍‌ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। କପଡ଼ା ଗୋଦାମର ମାଲିକ କୈଳାଶ ଚନ୍ଦ୍ର ରାଠୀଙ୍କ ଠାରୁ ସୂଚନା ମିଳିବା ପରେ ଦମକଳ ବାହିନୀ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ନିଆଁଲିଭା କାମ ଜାରି ରହିଛି। ପ୍ରାୟ ୧ କୋଟି ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ଦୁଇ ମହଲା ବିଶିଷ୍ଟ ଗୋଦାମର ମାଲିକ ନିକଟରେ ୨ ଟ୍ରକ ଶୀତ ବସ୍ତ୍ର ଆଣିଥିଲେ। ପୂର୍ବରୁ ମଧ୍ୟ ଗୋଦାମରେ ଲକ୍ଷାଧିକ ଟଙ୍କାର ପୋଷାକ ଉପଲବ୍ଧ ଥିଲା। ଦୀପାବଳି ଅବସରରେ କୌଣସି ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର