ବାଲେଶ୍ୱର ପରମିଟ ଘାଟଠାରେ ୩ଟି ବୋଟରେ ଲାଗିଲା ନିଆଁ

ବାଲେଶ୍ୱର: ଗୁରୁବାର ଅପରାହ୍ନରେ ବାଲେଶ୍ୱର ପରମିଟ ଘାଟ ଠାରେ ଥିବା ଓଁ ବାବା, ମହାବୀର ତାରିଣୀ (୨) ଓ ମହାବୀର ତାରିଣୀ (୪) ବୋଟରେ  ନିଆଁ ଲାଗି ଯାଇଥିଲା। ମହାବୀର ତାରିଣୀ (୨) ବୋଟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହାବୀର ତାରିଣୀ (୪) ଓ ଓଁମ ବାବା (୩) ବୋଟ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଦୀର୍ଘ ୩ଘଣ୍ଟା ଧରି ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ବାଲେଶ୍ୱର ଦମକଳ ବାହିନୀ ପକ୍ଷରୁ ୩ଟି ଦମକଳ ଲାଗିଥିଲା। ଏହାପରେ ଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ଓଁମ ବାବା ବୋଟର ମାଲିକ ବିନାୟକ ରଥଙ୍କ ଘର ମାନସିଂ ବଜାର ହୋଇଥିବା ବେଳେ ମହାବୀର ତାରିଣୀ ବୋଟର ମାଲିକ ସୁକାନ୍ତ ନାୟକଙ୍କ ଘର ପୁରୁଣା ବାଲେଶ୍ୱରରେ ବୋଲି ଜାଣିବାକୁ ମିଳିଛି। ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର