ଯାଜପର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ଡୋର୍‌ ନିକଟରେ ଥିବା ଆଶା ଗୃହରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି। ତେବେ କେଉଁ ପରିସ୍ଥିତିରେ ମେଡିକାଲ ଭିତରେ ନିଆଁ ଲାଗିଲା, ତାହା ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯୀ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଆଉଟ୍‌ଡୋର ନିକଟରେ ଥିବା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ଡୋର୍‌ ନିକଟରେ ଥିବା ଆଶା ଗୃହରୁ ଧୂଆଁ ବାହାରୁଥିବା କେତେକ ଲୋକ ଦେଖି ପାଟି କରିବାରୁ ଡାକ୍ତରଖାନାର କର୍ମଚାରୀମାନେ ଉଠିପଡ଼ି ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଯୋଗ ବିଛିନ୍ନ କରି ନିଆଁକୁ ଆୟତ କରିଥିଲେ।

ସମ୍ବନ୍ଧିତ ଖବର