ଜୟପୁର: ଜୟପୁର ରାଜନଅର ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଗୁଳିକାଣ୍ଡ ଘଟିଥିଲା। ଏହି ଗୁଳିକାଣ୍ଡ ସମୟରେ ଘଟଣାସ୍ଥଳରେ ଥିବା ବାପ,ପୁଅ ଶରୀରରେ ଗୁଳି ବାଜିଥିଲା। ଫଳରେ ଗୁରୁତର ବାପ, ପୁଅକୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟଲୋକଙ୍କ କହିବାନୁସାରେ, ମଦ ଦୋକାନକୁ କେନ୍ଦ୍ର କରି ରାଜନଅର ଛକ ନିକଟରେ ଗୁଳିକାଣ୍ଡ ଘଟିଥିଲା। ତେବେ ଏହି ଗୁଳିକାଣ୍ଡ କିଏ କରିଛି ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ଗୁଳିକାଣ୍ଡ ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।