ନୟାଗଡ଼: ଜଳିଗଲା ୩୫ ବଖରା, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ନୟାଗଡ଼: ଅଗ୍ନିକାଣ୍ଡରେ ରବିବାର ୩୫ ବଖରା ଘର ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ଭୋଗବାଡ଼ି ପଂଚାୟତ ଅନ୍ତର୍ଗତ ଢ଼ିପିସାହିରେ ଏହି ନିଆଁ ଜାଳିଛି। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁ ଆୟତ୍ତ କରୁଥିବା ଜଣାପଡ଼ିଛି। ମାତ୍ର ଏହାରି ଭିତରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପାଉଁଶ ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିକାଣ୍ଡ କେମିତି ଘଟିଲା ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର