ପୁରୀ: ପୂର୍ବତନ ପୌର ସଦସ୍ୟାଙ୍କୁ ୫ ରାଉଣ୍ଡ ଗୁଳି, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ: ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ଗୋଖା ସାହିରେ ଶନିବାର ସନ୍ଧ୍ୟାରେ ପୂର୍ବତନ ପୌର ସଦସ୍ୟା ସତ୍ୟଭମା ବେହେରାଙ୍କୁ ଗୁଳି କରାଯାଇଛି। ତାଙ୍କୁ ଗୁୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ପୂର୍ବତନ ପୌର ସଦସ୍ୟା ସତ୍ୟଭମା ବେହେରା ଘର ବାହାରେ ଝାଡ଼ୁ କରୁଥିବା ସମୟରେ କେତେଜଣ ଦୁର୍ବୃତ୍ତ ଆକସ୍ମିକ ଭାବେ ଆସି ଗୁଳି କରିଥିଲେ। ଏହି ଗୁଳି ସତ୍ୟଭମା ବେହେରାଙ୍କ ପେଟରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାଙ୍କ ଶରୀରାବସ୍ଥା କିପରି ଅଛି ତାହା ଜଣା ପଡ଼ି ନାହିଁ। ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର