ଭଦ୍ରକରେ କରୋନା ଲକଡାଉନ ଉଲଂଘନ କରି ଗିରଫ ହେଲେ ୫ ଜଣ

ଭଦ୍ରକ: ଜିଲ୍ଲାରେ କରୋନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା କଟକଣା ଥିବା ବେଳେ ଆଜି ରାତିରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକମାନେ କୌଣସି କାରଣ ନ ଥାଇ ସହରର ବିଭିନ୍ନ ସ୍ଥାନରେ ବୁଲୁଥିଲେ । ଏମାନଙ୍କୁ ପୁଲିସ ଯାଞ୍ଚ ବେଳେ ଅଟକାଇ ପଚରାଉଚରା କରିଥିଲା । ପୁଲିସ ସହିତ ସଂପୃକ୍ତ ଯୁବକମାନଙ୍କର ବଚସା ହୋଇଥିଲା । କୌଣସି ଜରୁରୀ ଆବଶ୍ୟକ ନଥାଇ ରାତିରେ କାହିଁକି ସହରରେ ବୁଲୁଛ ବୋଲି ପୁଲିସ ପଚାରିବାରୁ, ଯୁବକମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ତେଣୁ କରୋନା ଲକଡାଉନ ଥିବା ସହରରେ ଯୁବକମାନେ ବୁଲୁଥିବାରୁ ପୁଲିସ ଗିରଫ କରିଥିଲା । ସୂଚନାଯୋଗ୍ୟ, କରୋନା କଟକଣା ଉଲଂଘନ କରି ପୂର୍ବରୁ ଭଦ୍ରକ ଜିଲ୍ଲାରେ ୨୨ ଜଣ ଗିରଫ ହୋଇଥିଲେ ।

ସମ୍ବନ୍ଧିତ ଖବର