ବଜ୍ରପାତରେ ୪ ଯୁବତୀ-ଜଣେ ଶିଶୁ ଆହତ, ମିଳିଲାନି ୧୦୮ ଆମ୍ବୁଲାନ୍‌ସ, ଅଟୋରେ ଆଣିଲେ ଗ୍ରାମବାସୀ

ଲକ୍ଷ୍ମୀପୁର: ବଜ୍ରପାତରେ ଶନିବାର ୪ ଜଣ ଯୁବତୀ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ରାଇସିଲ୍‌ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ୫ ଜଣ ଯୁବତୀ ଚାଲିଚାଲି ଯାଉଥିବା ସମୟରେ ତାଙ୍କ ନିକଟରେ ବଜ୍ର ପଡିବାରୁ ସମସ୍ତେ ଆହତ ହୋଇଛନ୍ତିିା ଆହତଙ୍କ ମଧ୍ୟରୁ ଜାମି ହିକକା(୧୬)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗାଁର ଏକ ଅଟୋ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛିା ଅନ୍ୟମାନଙ୍କୁ କୌଣସି ସୁବିଧା ନଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ଅଣାଯାଇ ପାରିନାହିାଁ ଏପରିକି ୧୦୮ ଆମୁଲାନ୍‌ସ ମଧ୍ୟ ନମିଳିବାରୁ ଗାଁରେ ହିଁ ସେମାନେ ରହିଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିା

ସାପ୍ତାହିକି ହାଟ ପାଇଁ ଆଜି ରାଇସିଲ୍‌ ଗାଁର ଅନେକ ଯୁବତୀ ହାଟରେ ସଉଦା କରି ପାହାଡିଆ ରାସ୍ତା ଦେଇ ଚାଲିଚାଲି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଘଡଘଡି ବର୍ଷା ସହ ଅଞ୍ଚଳରେ ବଜ୍ରପାତ ହୋଇଥିଲାା ଯୁବତୀମାନେ ଏଥିରେ ଆହତ ହୋଇଥିଲେ। ବଜ୍ରପାତରେ କାହାର ଗୋଡ ପୋଡି ଯାଇଛି ତ କାହାର ଛାତି ନାକ କାନ ପୋଡି ହୋଇଛିା ଗାଁର ସାଲୁ ମାଣ୍ଡିଙ୍ଗା ଗୁରୁତର ଜାମିଙ୍କୁ ଡାକ୍ତରଖାନାକୁ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାକୁ ଆଣିବା ସକାଶେ ଡାକ୍ତରଖାନାରେ କହିଥିଲେ କିନ୍ତୁ ଡାକ୍ତରଖାନାରେ ଆମ୍ବୁଲାନ୍‌ସ ଗୁଡିକ ନଥିବାରୁ ନିଜେ ହିଁ ବ୍ୟବସ୍ଥା କରିବାକୁ ପ୍ରକାଶ କରିଥିଲୋ

ଡାକ୍ତରଖାନା ତରଫରୁ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ, ୧୦୮ ଆମ୍ବୁଲାନ୍‌ସକୁ ହିଁ ଫୋନ କରିବାକୁ ଡାକ୍ତର କହିଥିବା ବେଳେ ୧୦୮ ମଧ୍ୟ ମିଳିପାରିଲା ନାହିାଁ ଗଣମାଧ୍ୟମ ପ୍ରତିନିଧି ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ ଓ ପରିସ୍ଥିତି ଜାଣିପାରି ଏକ ଅଟୋ ଭଡା କରି ରାଇସିଲ୍‌ ଗାଁକୁ ପଠାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ସେମାନେ ପହଞ୍ଚି ନ ଥିଲେ। ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ସେ ରୋକଠୋକ୍‌ କହିଥିଲେ, ଯେ ୧୦୮ ଆମ୍ବୁଲାନ୍‌ସ କିମ୍ବା ଡାକ୍ତରଖାନାରେ କିଛି ଗାଡି ନଥିଲେ ଆପଣମାନେ ସାହାଯ୍ୟ କରିଥାନ୍ତୁ। ପରେ ଜିଲ୍ଲାପାଳଙ୍କୁ କହି ଗସ୍ତ ବିଲ୍‌ କରିଦେବା କହିବା ସହ ଅନ୍ୟ କିଛି ଉପାୟ ନାହିଁ ବୋଲି କହିଥିଲୋ

ସମ୍ବନ୍ଧିତ ଖବର