ଟୋଲ ପ୍ଲାଜାରେ ୩ ମିନିଟ୍‌ ଅଟକିଲେ ଦେବାକୁ ପଡ଼ିବନି ଶୁଳ୍କ

ସମ୍ବଲପୁର: ଟୋଲ ପ୍ଲାଜାରେ ୩ମିନିଟ୍‌ ଗାଡ଼ି ଅଟକିଲେ ଦେବାକୁ ପଡ଼ିବନି ଟ୍ୟାକ୍ସ। ଲୁଧିଆନାର ଆଇନଜୀବୀ ହରିଓମ୍‌ ଜିନ୍ଦଲ ମାଗିଥିବା ଆର୍‌ଟିଆଇରେ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଏହି ସୂଚନା ଦେଇଛନ୍ତି। ଫି’ ପ୍ରଦାନ ପାଇଁ ୩୦ ସେକେଣ୍ଡ ବ୍ୟତୀତ ଧାଡ଼ିରେ ରହିବାକୁ କେତେ ସମୟ ନିର୍ଘଣ୍ଟ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ପ୍ରାଧିକରଣ ପକ୍ଷରୁ ନିଯୁକ୍ତ ସୂଚନାଦାତା ଏଥିପାଇଁ ୨ ମିନିଟ୍‌ ୫୦ ସେକେଣ୍ଡ ସମୟ ରହିଥିବା କହିଛନ୍ତି। ତେବେ ଏହି ସମୟ ଅତିକ୍ରାନ୍ତ ପରେ ଏହାକୁ ବିଳମ୍ବ ବା ହଇରାଣ ବୋଲି ଧରାଯାଇ ଏହାର କ୍ଷତିପୂରଣ ଦେବାକୁ ପ୍ରାଧିକରଣର ବ୍ୟବସ୍ଥା ରହିଛି କି ପ୍ରଶ୍ନରେ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ୩ ମିନିଟ୍‌ ଅତିକ୍ରାନ୍ତ ପରେ ଗାଡ଼ିକୁ ଆଉ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ସେହିପରି କୌଣସି ଗାଡ଼ି ବ୍ରେକ୍‌ଡାଉନ୍‌ ହେଲେ ଟୋଲ୍‌ ଫ୍ରି ନମ୍ବର-୧୮୦୦ ୧୮୦୩୬୩୬କୁ ଯୋଗଯୋଗ କରାଯାଇ ପାରିବ ବୋଲି ପ୍ରାଧିକରଣ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର