Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଦରମା ପାଇଁ ଆତ୍ମଦାହ ଉଦ୍ୟମ କରିଥିଲେ ଦୀନବନ୍ଧୁ

0 325

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦଶ ବର୍ଷର ସରକାରୀ ଚାକିରି। କମ୍ପୁଟରରେ ଉଚ୍ଚଶିକ୍ଷା। ଏହା ସତ୍ତ୍ୱେ ଅଦାଲତ ନିର୍ଦେଶ ଅନୁଯାୟୀ, ୧୩,୫୦୦ ଟଙ୍କାର ଦରମା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟେକନିକାଲ ଆସିଷ୍ଟାଣ୍ଡ ଦୀନବନ୍ଧୁ ମିଶ୍ର। ବିଟେକ କରିଥିବା ହିମାଂଶୁ ଶେଖର ମହାନ୍ତି, ରାଠି ଷ୍ଟିଲ ବନ୍ଦ ପରେ ବେକାର ହୋଇ ଆର୍ଥିକ ଦୁରାବସ୍ଥାର ସମ୍ମୁଖୀନ ହୋଇଥିବା କହନ୍ତି । ତେବେ, କେବଳ ଦୀନବନ୍ଧୁ କି ହିମାଂଶୁ ନୁହନ୍ତି, ଏଭଳି ଅନେକ ନଜିର ରହିଛି।
ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଉଚ୍ଚ ଶିକ୍ଷିତ ଠିକା ଏବଂ ଅସ୍ଥାୟୀ ଚାକିରିଆଙ୍କ ସ୍ଥିତି ଏହିଭଳି। ଠିକା କର୍ମଚାରୀ ଏବଂ ବେସରକାରୀ ଚାକିରିଆଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଧରଣୀଧର ପଣ୍ଡାଙ୍କ ଭଳି ଆର୍ଥିକ ସ୍ଥିତି ଅନେକଙ୍କ ରହିଛି। ଓଡ଼ିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁର। ମହାନଗର ନିଗମ ମାନ୍ୟତା ସହିତ ସ୍ମାର୍ଟସିଟି ଦୌଡ଼ରେ ଥିଲା ଏହାର ନାଁ। ଏଠାକାର ଆର୍ଥିକ ଚିତ୍ରର ବାସ୍ତବତା ଅଟନ୍ତି ସହରର ଚିହ୍ନାମୁହଁ ଦୀନବନ୍ଧୁ ମିଶ୍ର। ସେ କହନ୍ତି, ୧୯୮୭ ମସିହାରେ ଡିପ୍ଲୋମା ଇନ କମ୍ପୁଟର, ଡିପ୍ଲୋମା ଇନ ହାଡେଓ୍ଵର ଟେକ୍‌ନୋଲୋଜି କରି ସିକନ୍ଦରାବାଦରେ ଘରୋଇ କମ୍ପାନିରେ ଅଟୋକାର୍ଡ ଅପରେଡର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।

ଗୃହ ଜିଲ୍ଲାରେ କାମ କରିବା ପାଇଁ ଆଶା କରି ଓଡ଼ିଶା ଫେରି ଆସିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚାକିରି ପରେ ୧୯୯୩ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟେକନିକାଲ ଆସିଷ୍ଟାଣ୍ଟ ପଦରେ କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ବର୍ଷ ଅସ୍ଥାୟୀ ଚାକିରି ପରେ ଉଚ୍ଚ ବେତନରେ ଚାକିରିର ପ୍ରତିଶ୍ରୁତି ଥିଲା। ୧୯୯୩ ମସିହାରେ ଦୈନିକ ୪୦ ଟଙ୍କା ଅର୍ଥାତ ମାସିକ ୬୦୦-୭୦୦ ଟଙ୍କା ସହିତ କାମ ଆରମ୍ଭ କଲେ। ପରିବାର ପ୍ରତିଶ୍ରୁତି ମୁତାବକ ବେତନ ହେଲା ନାହିଁ। ୨୦୦୯ ମସିହାରେ ମାତ୍ର ପାଉଥିଲେ ୫୦୦୦ଟଙ୍କା। ଅଦାଲତର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଲେ। ମାତ୍ର ବିଶ୍ୱବିଦ୍ୟାଳୟ ଏହାକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ କରି ୨୦୧୩ ମସିହାରେ ଅନଶନ କରିଥିଲେ। ଲମ୍ବା ଅନଶନ ଆତ୍ମଦାହର ଉଦ୍ୟମ ପରେ ୧୩,୫୦୦ଟଙ୍କା ସହିତ ଇପିଏଫ କଟିଲା। ଅନ୍ୟଦିଗରେ ଦୀନବନ୍ଧୁଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକମାତ୍ର ପୁଅ। ପରିବାର ଛୋଟ ହେଲେ ମଧ୍ୟ ପ୍ରାଥମିକ ଆବଶ୍ୟକତା ପୂରଣ ପାଇଁ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବା ସହିତ ୧୭-୧୮ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଲା। ଏହା ସତ୍ତ୍ୱେ କଲେଜ ପାଠ ପାଇଁ ପୁଅକୁ ନିଜେ ଚାକିରି କରିବାକୁ ପଡ଼ିଲା ବୋଲି କହନ୍ତି ଦୀନବନ୍ଧୁ। କଠିଣ ପରିଶ୍ରମ ଯୋଗୁଁ ତିନି ଥର ହୃଦ୍‌ଘାତ ହୋଇ ଅସ୍ତ୍ରୋପଚାର ହୋଇଛନ୍ତି।

୨୦ ବର୍ଷ ଚାକିରି ପରେ ଚିକିତ୍ସା ସହାୟତା ପାଇଁ ୫୦ହଜାର ଟଙ୍କା ସହାୟତା ପାଇଁ ଆବେଦନ କଲେ, ଏହା ମିଳୁ ନାହିଁ। କେବଳ ସେ ନୁହଁନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନେକ ଉଚ୍ଚଶିକ୍ଷିତ ଦିନମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି। ଜଣେ ସ୍ନାତକୋତ୍ତରଧାରୀ ଓ୍ଵାର୍ଡ ବୟ ଚାକିରି କରି ୩୫୦୦ ଦରମା ପାଉଛନ୍ତି। ଅସ୍ଥାୟୀ କିମ୍ବା ଠିକା କର୍ମଚାରୀ ନୁହଁନ୍ତି, କିଛି ବର୍ଷ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଗଢିଉଠିଥିବା ଶିଳ୍ପାନୁଷ୍ଠାନ ବନ୍ଦ ପରେ ଛଟେଇ କର୍ମଚାରୀଙ୍କ ସେହି ସ୍ଥିତି। ଅଧିକାଂଶ ବେକାର କିମ୍ବା ସ୍ପଳ୍ପ ଦରମା ପାଉଛନ୍ତି। ହିମାଂଶୁୁ ଶେଖର ମହାନ୍ତି, ୨୦୦୫ ମସିହାରେ ବିଟେକ କରି ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ ପରେ ୨୦୦୭ରେ ରାଠି ଷ୍ଟିଲରେ କାର୍ଯ୍ୟାରମ୍ଭ କରିଥିଲେ। ୨୦୧୨ ମସିହାରେ ଅଚାନକ କାରଖାନା ବନ୍ଦ ହୋଇଗଲା। କୌଣସି ମୁହୂର୍ତ୍ତରେ ମଧ୍ୟ କାରଖାନା ଉତ୍ପାଦନ ଆରମ୍ଭ ତେଣୁ ମେଣ୍ଟେନେନ୍ସ ପାଇଁ ହିମାଂଶୁଙ୍କ ଚାକିରି ଜାରି ରହିଲା। ହଠାତ ୨୦୧୩ ମସିହାରୁ ଦରମା ବନ୍ଦ ହୋଇଗଲା। କାରଖାନା ଉତ୍ପାଦନ କରିବ ଏବଂ ଦରମା ଖୁବ ଶିଘ୍ର ମିଳିବ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇ ଥିଲା। ୨୦୧୪ ମସିହା ପର୍ଯ୍ୟନ୍ତ କାମ କଲେ। ବର୍ଷ କର ଦରମା ଆଜି ପର୍ଯ୍ୟନ୍ତ ମିଳି ନାହିଁ। ଅନ୍ୟଦିଗରେ ସେ ବିବାହ କରି ସାରିଥିଲେ, ବିନା ଦରମାରେ ପରିବାର ଚଳାଇବାର ଦୁର୍ଗତିକୁ ଆଜି ପର୍ଯ୍ୟନ୍ତ ଭୁଲିନଥିବା କହନ୍ତି ହିମାଂଶୁ। ବର୍ତ୍ତମାନ ବୟସ ଅତିକ୍ରାନ୍ତ ହୋଇ ସାରିଛି, ବାହାର ରାଜ୍ୟକୁ ଯାଇ ପରିବାର ଚଳାଇବା ବେତନ ପାଇବା ସମ୍ଭବ ନୁହେଁ। ଛୋଟ ଠିକାଦାର କୌଣସି ପ୍ରକାର ଜୀବନ ନିର୍ବାହ କରିବାକୁ ପଡ଼ୁଛି। ଆର୍ଥିକ ଦୁର୍ଗତିର ଏହି ଚିତ୍ର ସ୍କୁଲରଶିକ୍ଷା ସହାୟକ, ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଠିକା ନର୍ସ, ଠିକା ଅଧ୍ୟାପକ, ଠିକା କର୍ମଚାରୀ, ଘରୋଇ କର୍ମଚାରୀ କେତେ ଜଣଙ୍କ ରହିଛି ତାର ହିସାବ ନାହିଁ।
ଶିକ୍ଷିତ ପରିବାରରେ ଅନଟନର ଚିତ୍ର

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen − 12 =