କରଞ୍ଜିଆ: ଜଣେ ଗର୍ଭବତୀଙ୍କୁ ପ୍ରଥମେ ମାଡ଼ମାରିବା ଓ ପରେ ସର୍ବସମ୍ମୁଖରେ ଉଠବସ୍ କରାଇବା ଅଭିଯୋଗରେ ମହିଳା ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାରାହାପାଣପୋଷି ଗାଁର ଜଣେ ଗର୍ଭବତୀ ମହିଳାଙ୍କ ଅଭିଯୋଗ କ୍ରମେ ଫରେଷ୍ଟ ଗାର୍ଡ କବିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଏଫଓ ପ୍ରସନ୍ନ କୁମାର ବେହେରା। ବନ ବିଭାଗ ଗର୍ଭବତୀଙ୍କୁ ୧୦ ହଜାର ଟଙ୍କା ସହାୟତା ଦେଇଛି। ଏଥି ସହ ବନ ବିଭାଗ ସଂପୃକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/02/210d25ac-3820-4339-94fb-46dbace21d7d.jpg)
ସୂଚନା ଅନୁସାରେ କାଠ ଚୋରି ଅଭିଯୋଗରେ ବାରାହାପାଣପୋଷି ଗାଁରେ ଫରେଷ୍ଟ ଗାର୍ଡ କବିତା ବେହେରା ଗୁରୁବାର ସନ୍ଧ୍ୟାରେ ଗର୍ଭବତୀ ସୁକୁମତି ଗୁରିୟାଙ୍କ ବାପ ଘରେ ଚଢ଼ାଉ କରିଥିଲେ। କିନ୍ତୁ ଚଢ଼ାଉ ସମୟରେ ଚୋରା କାଠ ମିଳି ନ ଥିଲା। ଫରେଷ୍ଟ ଗାର୍ଡ ସୁକୁମତିଙ୍କ ପରିବାର ଲୋକଙ୍କୁ କାଠ ଚୋରି ସଂପର୍କରେ ପଚରାଉଚରା କରିବା ସହ ମାଡ଼ ମାରିଥିଲେ। ପରେ ସେ ନିଜ କାର୍ଯ୍ୟାଳୟକୁ ନେଇ ଉଠବସ କରାଇ ଛାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
/sambad/media/post_attachments/wp-content/uploads/2020/02/d7507966-7e82-4b65-b121-401491acebee.jpg)
ତେବେ ଫରେଷ୍ଟ ଗାର୍ଡଙ୍କ ମାଡ଼ରେ ସୁକୁମତିଙ୍କ ହାତ ଭାଙ୍ଗି ଯାଇଥିଲା ଏବଂ ତାଙ୍କ ପେଟରେ ଯନ୍ତ୍ରଣା ଲାଗିଥିଲା। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଫରେଷ୍ଟ ଗାର୍ଡ଼ କବିତା ବେହେରାଙ୍କୁ ନେଇ ପଚରାଉଚରା କରିଥିଲା। କିନ୍ତୁ ଗ୍ରାମବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗ୍ରାମବାସୀ ଦୁଧିଆଣି ରେଞ୍ଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨୨୦ ନମ୍ବର ଜାତୀୟ ରାଜପଥ କରଞ୍ଜିଆ-ତଙ୍ଗାବିଲା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ଗ୍ରାମବାସୀଙ୍କ ଦାବି ଅନୁସାରେ ଫରେଷ୍ଟ ଗାର୍ଡ଼ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/5ab041c9-9e6f-4d84-b470-fd1c2fd2564a.jpg)