ରାଉରକେଲା ଆରପିଏଫ୍‌ର ୩ ପୂର୍ବତନ ଅଧିକାରୀଙ୍କ ନାମରେ ମାମଲା ରୁଜୁ

ରାଉରକେଲା: ରାଉରକେଲା ସରକାରୀ ରେଳ ପୁଲିସ ସୋମବାର ୩ଜଣ ପୂର୍ବତନ ଆରପିଏଫ୍‌ ପୋଷ୍ଟ ପ୍ରଭାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିଏସି ଧାରା ୪୦୯ରେ ୧୯୯୦ରୁ ୧୯୯୫ ମଧ୍ୟରେ ପୋଷ୍ଟରେ ଥିବା ଡିଡି ଭଟ୍ଟାଚାର୍ଯ୍ୟ, ଏସକେ ମୁଖାର୍ଜୀ ତଥା ଏନ୍‌ ଏନ୍‌ ସିଂହାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଏମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ୧୯୯୦ରୁ ୧୯୯୫ ମଧ୍ୟରେ ଏହି ୩ଜଣ ଆରପିଏଫ୍‌ ଥାନା ଇନ୍‌ଚାର୍ଜ ଥିଲେ। ଏମାନଙ୍କ କାର୍ଯ୍ୟକାଳରେ ୩୯ଟି ବ୍ରାସ ବେୟରିଂ ମାଲାଖାନାରୁ ଗାୟବ ହୋଇଯାଇଥିଲା। ଏହାକୁ ନେଇ ଆରପିଏଫ୍‌ ପ୍ରଶାସନ ମାଲଖାନାରୁ ଗାଏବ ଏହି ସମ୍ପତ୍ତିକୁ ନେଇ ଏଫ୍‌ଆଇଆର୍‌ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରପିଏଫ୍‌ ପକ୍ଷରୁ ଦିଆଯାଇଥିବା ଏଫ୍‌ଆଇଆର୍‌କୁ ନେଇ ମାମଲା ରୁଜୁ ହେବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଗାଏବ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର