କଣ୍ଟାବାଞ୍ଜି: ଲୁଟେରା ଗ୍ୟାଙ୍ଗର ୪ ଜଣ ଗିରଫ, ୫ ମୋଟର ସାଇକେଲ ସହ ୮ ମୋବାଇଲ ଜବତ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଅଭିଯୁକ୍ତମାନଙ୍କର ଠାରୁ ୫ଟି ମୋଟର ସାଇକେଲ ଓ ୮ଟି ମୋବାଇଲ ଜବତ କରିଛି । ଲୁଟେରାମାନେ ହେଲେ କଂଟାବାଞ୍ଜି ଥାନା ବୁରୋମାଲ ଗାଁର ଗୋପିନାଥ କୁମ୍ଭାର, କଂଟାବାଞ୍ଜି ରାମନଗର ପଡାର ସୁନିଲ ତାଣ୍ଡି, ଲାଲୁ ତାଣ୍ଡି, ବଙ୍ଗୋମୁଣ୍ଡା ଥାନାର ଚିଣ୍ଟୁ ପୁଟେଲ ଓରଫ ପିଙ୍କୁ। ପୁଲିସ ବୁରୋମାଲ ଗାଁର ତୁଲାରାମ ଛତ୍ରିଆ, ଧାତୁକଜୁରି ଗାଁର ତୁଲାରାମ ତାଣ୍ଡିଙ୍କୁ ଚୋରି ସାମଗ୍ରୀ ଗ୍ରହଣ କରିଥିବା ଯୋଗୁ ଗିରଫ କରାଯାଇଛି । ଏକ ସାମ୍ବାଦିକ ସମ୍ମିଲନିରେ ଏସଡିପିଓ ସରୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ କୋର୍ଟ ଚାଳାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବା ଯୋଗୁ ବିଚାର ବିଭାଗିୟ ହାଜତ କୁ ପଠାଇ ଦିଆଯାଇଛି ।

ବଲାଙ୍ଗୀର ଏସପି ମାଡକର ସନ୍ଦୀପ ସମ୍ପଦ ନିର୍ଦେଶ କ୍ରମେ କଂଟାବାଞ୍ଜି ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ଵରେ କଂଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର, ମୁରିବାହାଲ ଥାନା ଅଧିକାରି ତାରା ଜସ୍ମିନ ଗୁରିଆ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଂଚାନନ୍ଦ ନାଏକ, କଣ୍ଟାବାଞ୍ଜି ପୁଲିସ ଏସଆଇ ପ୍ରଣୟ କୁମାର ମୁର୍ମୁଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ ଦିନରାତି ଏକ କରି ଶେଷରେ ଲୁଟେରା ଗେଙ୍ଗର ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ସୂଚନାଯୋଗ୍ୟ, କରୋନା ଭୁତାଣୁ ଯୋଗୁ ଚାରିଆଡେ ଲକ୍ ଡାଉନ ଚାଲିଛି । ଲକଡାଉନ ସମୟରେ ଲୁଟେରା ଗେଙ୍ଗ ସକ୍ରିୟ ହୋଇ ନିଜ କାୟା ବିସ୍ତାର କରି ଚାଲୁଥିଲେ । ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଆଖ ପାଖ ଥାନାରେ ଲୁଟମାର, ବାଇକ ଚୋରି ସହ ଡକାୟତି ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ସବୁ ଡକାୟତ ଗେଙ୍ଗ ସଦସ୍ୟ ମାନଙ୍କୁ କେମିତି ଗିରଫ କରାଯିବ ସେନେଇ ପୁଲିସ ତନାଘନା ଜାରି ରଖିଥିଲା ।

ସମ୍ବନ୍ଧିତ ଖବର