କଳାହାଣ୍ଡି: ରାଜରାସ୍ତାରୁ ୪ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଂଚଳରେ ଶନିବାର ଏକ ରାଜରାସ୍ତାରୁ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ସୂଚନା ମିଳିବା ପରେ ପୁଲିସ ପଲସ-ପିପଲଗୁଡ଼ା ଠାରେ ପହଂଚି ମୃତଦେହ ଗୁଡ଼ିକ ଉଦ୍ଧାର କରିଛି। ପୁଲିସ ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି।

ଜୟପାଟଣା ପୁଲିସ କହିଛି, ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ସୁନ୍ଦର ନାଏକ, ଲିଙ୍ଗ ନାଏକ, ନକୂଳ ନାଏକ ଓ ଉପି ଶବର। ପୁଲିସ ଦୁର୍ଘଟଣାସ୍ଥଳରୁ ଗୋଟିଏ ବାଇକ୍‌ ଏବଂ ସାଇକେଲ ଜବତ କରିବା ସହିତ ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି। ରିପୋର୍ଟ ଲେଖାଯିବା ବେଳକୁ କେଉଁ କାରଣରୁ ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର