ଭାରସାମ୍ୟ ହରାଇ ପିକଅପ୍‌ ଓଲଟିଲା, ୪ ଆହତ, ୩ ଗୁରୁତର

ଯାଜପୁର: ଯାଜପୁରରୋଡ ଆଦର୍ଶ ଥାନା ଅଧିନ ନେଳୀବାରି ଠାରେ ରବିବାର ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି।

ସୂଚନା ଅନୁସାରେ ଉକ୍ତ ଥାନା ଅଧିନ ଶୁକଦେଇପୁର ଗ୍ରାମରୁ କିଛି ପୁରୁଷ ଓ ମହିଳା କାମ ଅନେ୍ଵଷଣରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇଥିଲେ। ତେବେ ଆଜି ଅପରାହ୍ନରେ ସେଠାରେ ଫେରି ଘରକୁ ଯାଉଥିବା ବେଳେ ନେଳୀବାରୀ ଠାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡିଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ। ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର