୪ ଡକାୟତ ଗିରଫ, ୧୮ ହଜାର ଟଙ୍କା ସମେତ ୪ ମୋବାଇଲ ଜବତ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ପୁଲିସ ନାଉପୁଟ ଠାରୁ ୪ ଜଣ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜୟପୁର ଟାଉନ୍‌ର ଢେପାଗୁଡ଼ାର ରୋହନ କୁଲଦୀପ (୨୩), ଜୟପୁର ସଦର ଥାନା ଘେଉରି ଅଞ୍ଚଳର ରବି ହରିଜନ (୨୯), ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡ଼ାର ଚନ୍ଦ୍ରଶେଖର ହରିଜନ (୨୮) ଓ ଢେପାଗୁଡ଼ାର ଅକ୍ଷୟ କୁମାର ସାଗର (୨୬)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍‌, ଏକ ସାମସଙ୍ଗ ଟ୍ୟାବ୍‌, ଏକ ବାଓମେଟ୍ରିକ ଡିଭାଇସ୍‌, ଏକ ବାଇକ୍‌ ଓ ଲାଠି ଜବତ କରିଛି।

ସମ୍ବନ୍ଧିତ ଖବର