ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ପରଲୋକ

ଜଗତସିଂହପୁର: ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କର ସୋମବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ବର୍ଷ ହୋଇଥିଲା। ସେ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଜଗତସିଂହପୁରର ବିଧାୟକ ଥିଲେ। ୧୯୪୨ରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ଶେଷ ଦର୍ଶନ ଲାଗି  ପ୍ରିୟନାଥ ଦେଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବିଜେବି ନଗର ବାସଭବନରେ ରଖାଯାଇଛି।

ସମ୍ବନ୍ଧିତ ଖବର