ଗଜପତି: ରାଣୀପେଷ୍ଠ ଛକରୁ ପୁଲିସ ଜବତ କଲା ଦେଢ଼ ଲକ୍ଷ ଟଙ୍କା, ୨ ଅଟକ

ପାରଳାଖେମୁଣି: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ପ୍ରବେଶ ପଥରେ ପୁଲିସ ତନଖି ଜାରି ରଖିଛି। ସ୍ଥାନୀୟ ରାଣୀପେଣ୍ଠ ଛକରେ ଗୁରୁବାର ଯାଞ୍ଚ ସମୟରେ ପୁଲିସ ଦେଢ ଲକ୍ଷ ଟଙ୍କା ଜବତ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଇଣ୍ଡିଗୋ କାରରୁ ବିଜେପି ଦଳର ଏକ ଲକ୍ଷ ଟଙ୍କା ଏବଂ ଆନ୍ଧ୍ରପ୍ରଦେଶ ଆୟଆରସିପି ଦଳ ଟ୍ରାଭେରା ଗାଡ଼ିରୁ ୫୦ ହଜାର ଟଙ୍କା ଜବତ ହୋଇଥିବା ପ୍ରାଥମିକ ତଦନ୍ତରୁ କୁହାଯାଇଛି। ଏହି ସଂପର୍କରେ ପାରଳା ଆଇଆଇସି ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇ କହିଛନ୍ତି। ରାଣୀପେଣ୍ଠ ଛକରେ ଗାଡ଼ି ଯାଞ୍ଚ ସମୟରେ ଦୁଇଟି ଗାଡ଼ିରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି। ଗୋଟିଏ ଇଣ୍ଡିଗୋ ଗାଡ଼ିରୁ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଗାଡ଼ିର ମାଲିକ ହେଉଛନ୍ତି କାଶିନଗର ବ୍ଲକ ସରପଞ୍ଚ ଜଗନ୍ନାଥ ଦୋରା। ବିଜେପି ଦଳର କାର୍ଯ୍ୟରେ ଲଗାଇବା ଉକ୍ତ ଟଙ୍କା ନିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଥାନା ଆଇଆଇସି ଶ୍ରୀ ସ୍ୱାଇଁ ସ୍ପଷ୍ଟ କରିଛନ୍ତି।

ସେହିଭଳି ଆନ୍ଧ୍ରପ୍ରଦେଶର କତୁରୁରୁ ଆସୁଥିବା ଟ୍ରାଭେରା ଗାଡ଼ି (ନମ୍ବର ଏପି୩୦ଏଏଚ-୫୩୦୦)ରୁ ୫୦ ହଜାର ଟଙ୍କା ଟିଭି ପ୍ରସାଦଙ୍କ ଠାରୁ ଜବତ କରାଯାଇଛି। ତାହା ଆନ୍ଧ୍ରର ୟାଇଆରସିପି ଦଳର କାର୍ଯ୍ୟରେ ଲଗାଇବା ନିଆଯାଉଥିଲା। ଜବତ ଦୁଇଟି ଗାଡ଼ି ସହ ଦେଢଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନର ପ୍ଲାଇଙ୍ଗ ସ୍କାର୍ଡ ଦଳକୁ ହସ୍ତାନ୍ତର କରାଯାଇଛି ବୋଲି ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଦୁଇ ଦିନ ପୂର୍ବେ ପୁଲିସ ଆଉ ଦୁଇଟି ଗାଡ଼ିରୁ ୫୦ ହଜାର ଟଙ୍କା ଲେଖାଏଁ ଜବତ କରିିଥିଲା।

ସମ୍ବନ୍ଧିତ ଖବର