ପୃଥକ୍‌ ଦୁର୍ଘଟଣାରେ ୧୦ ଗୁରୁତର

ଦିଗପହଣ୍ଡି: ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତା ଆଙ୍କୋରଡ଼ା ଗ୍ରାମ ବଟଛକରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୬ଜଣ ଗୁରୁତର ହୋଇଛନ୍ତି। ଆହତ ମାନେ ହେଲେ ଶେରଗଡ଼ର କେ.ରମେଶ ରାଓ, କେ.ଟୁନା ରାଓ, କେ.ଗଣେଶ ରାଓ, କେ.ମୁରଲି ରାଓ ଏବଂ କେ.ନରସିଂହ ରାଓ। ଆଜି ସନ୍ଧ୍ୟା ୫ଟାରେ ଲଂଗଳଦେଇ ଗ୍ରାମକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟି ହୋଇ ଓଲଟି ପଡ଼ିଥିଲା। ଆହତଙ୍କୁ ଦିପପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଅନ୍ୟ ଏକ ଦୁର୍ଘଟଣାରେ ଆଜି ଦିଗପହଣ୍ଡି ବ୍ଲକ ଚକାତେନ୍ତୁଳି ଗ୍ରାମ ମୁଖ୍ୟ ରାସ୍ତାରେ ସ୍କୁଟି-ବାଇକ୍‌ ମୁହାଁମୁହିଁ ଧକ୍କା ଦେବାରୁ ୪ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଗୋଲଣ୍ଡା ଗ୍ରାମର ଭଗବାନ ପ୍ରଧାନ, କାଳିଆ ରାଓ ଏବଂ ଚକାତେନ୍ତୁଳି ଗ୍ରାମର ସୁଶାନ୍ତ କୁମାର ଗୌଡ଼ ଓ ରଂଜନ କୁମାର ଗୌଡ଼।

ସମ୍ବନ୍ଧିତ ଖବର