ଗଜପତିରେ ଖୋଲିବ ୩୨ ନୂଆ ପେଟ୍ରୋଲ ପମ୍ପ

ପାରଳାଖେମୁଣ୍ତି: ଜାତୀୟ ରାଜପଥ, କ୍ଷେତ୍ର ଓ ଉଦ୍ୟୋଗ କେନ୍ଦ୍ର ଗ୍ରାହକଙ୍କ ସୁବିଧା ନିମନ୍ତେ ଖୁଚୁରା ବିକ୍ରୟ କେନ୍ଦ୍ରର ସମ୍ପ୍ରସାରଣ ହେବ। ଏହି ଆଧାରରେ ଗଜପତିରେ ଆଉ ୩୨ଟି ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ସରକାରୀ ତୈଳ କ˚ପାନୀ ଯୋଜନା ଚଳାଇଛି। ଆଜି ସ୍ଥାନୀୟ ବିଶ୍ବନାଥ ଫଙ୍କସନ ହଲଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲ ଭୁବନେଶ୍ବର ଡିଜିଏମ ଅଭୟଙ୍କର ଦାଶ , ଏଏସଏମ ଶୁଭବ୍ରତ ଖାନ, ବିପିସିଏଲର ଦୀପକ ରଜତ, ଆଇଓସିଏଲର ଏସ.ଏନ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି ା ଜିଲ୍ଲାକୁ ୩୨ ଟି ନୂତନ ପମ୍ପ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେଥିରୁ ଓବିସି ପାଇଁ ୪ଟି ,ଏସି ପାଇଁ ୬ ,ଏସଟି ପାଇଁ ୭ଟି ଓ ସାଧାରଣ ବର୍ଗଙ୍କ ପାଇଁ ୧୫ଟି ପାଇଁ ଧାର୍ଯ୍ୟ କରାଯାଇଛି । ଆସନ୍ତା ଡିସେମ୍ବର ୨୪ ତାରିଖ ଏହାର ଆବେଦନ ଶେଷ ଥିବା ବେଳେ ଏହାର ସମସ୍ତ ନିୟମାବଳୀକୁ ‌େଵବସାଇଟରେ ଉପଲବ୍ଧ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର