ପାରଳାଖେମୁଣ୍ଡିରେ ଏଡ୍‌ସ ଦିବସ

ପାରଳାଖେମୁଣ୍ଡି: ଗଜପତି କଲେଜ / ସ୍କୁଲ ଅଫ ନର୍ସିଂ ଏବଂ ଗଜପତି କଲେଜ ଅଫ ଫାର୍ମାସିରେ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳାରେ ଅଧ୍ୟକ୍ଷା ମମତା କୁମାରୀ ମହାରଣା ଏଡ୍‌ସ ସମ୍ପର୍କରେ ସଚେତନ ନେଇ ମତ ରଖିଥିଲେ । ସଙ୍କୀତାରାଣୀ ମହାପାତ୍ର , ସଚ୍ଚିଦାନନ୍ଦ ଦାସ , ଶ୍ରୀଧର ପ୍ରସାଦ ତ୍ରିପାଠୀ ଏହି କାଯ୍ୟର୍କ୍ରମରେ ଯୋଗଦେଇଥିଲେ ।
ସେହିପରି ବଡ ବ୍ରାହ୍ମଣ ସାହି ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଆକଂକ୍ଷା ମହିଳା ଅନୁଷ୍ଠାନ ତରଫରୁ ଏଡ୍‌ସ ଦିବସ ପାଳନ କରାଯାଇଛି । ଏଥିରେ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଏବଂ ଜିଲ୍ଲା ଜଜ ଦୁର୍ଗାଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଉସ୍ଥିତିତ ଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧିକରଣ ସମ୍ପାଦିକା ପ୍ରାଜ୍ୟୋତି ରାଉତ , ଏସ.ଡି.ଜେ.ଏମ ମଳୟ କୁମାର ପ୍ରଧାନ , ଅନୁଷ୍ଠାନର ସମ୍ପାଦିକା ମିନା କୁମାରୀ ଟହଲ ,ବିଚିତ୍ରା ନନ୍ଦ ବେବର୍ତ୍ତା , ମିନାକ୍ଷୀ ସାହୁ ଯୋଗଦେଇଥିଲେ ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ସିଡିଏମଓଙ୍କ ସଭାଗୃହରେ ଆୟୋଜିତ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ପୂର୍ଣ୍ଣଚନ୍ଦ୍ର କୋରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡି.ଏସ୍‌.ପି ଗୌତମ ମଲ୍ଲିକ , ଏଡିଏମ୍‌ ଡ.ପି.ଏଲ.ଏନ୍‌ ପାତ୍ର , ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ମୃତ୍ୟୁଞ୍ଜୟ ମୁଣ୍ଡ୍‌ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର