ଗୁମ୍ମାରେ ୧୦୦ ହିତାଧିକାରୀଙ୍କୁ ଗ୍ୟାସ୍‌ କନେକ୍ସନ

ଏଚ.ପି ଗ୍ୟାସ ବିତରକ ଗଜପତି ଏଣ୍ଟେର ପ୍ରାଇଜେସ ଦ୍ୱାରା ଉଜ୍ଜ୍ୱଳା ପ୍ଲସ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ପ୍ଲାଣ୍ଟ ଅଧିକାରୀ ଅନିଲ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗୁମ୍ମା ବ୍ଲକର ମୁନୁ ସିଂ ଗ୍ରାମରେ ୧୦୦ ଜଣ ପରିବାର ସଦସ୍ୟଙ୍କୁ ଉଜ୍ୱଳା ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଜି. ଭେଙ୍କଟ ରାବଣା ଉପସ୍ଥିତ ରହି ଯୋଜନା ସମ୍ପର୍କରେ ତଥ୍ୟ ଦେଇଥିଲେ । ସେହିପରି ଆୟୋଜନ କରିଥିବା ଗଜପତି ଏଣ୍ଟେର ପ୍ରାଇଜେସର ମାଲିକ ଦେବେନ୍ଦ୍ର ନାଥ ସାହୁ କହିଥିଲେ ଯେ ଇନ୍ଧନ ଗ୍ୟାସ ବ୍ୟବହାର କଲେ ପ୍ରାକୃତିକ ବିପଯ୍ୟର୍ୟକୁ ଏଡ଼ାଇ ଦିଆଯାଇ ପାରିବ। ଏବଂ ପରିବେଶ ପ୍ରଦୂଷଣ  ମଧ୍ୟ ରୋକାଯାଇ ପାରିବ । ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାର ବିଶେଷ କରି ମହିଳା ମାନଙ୍କ ପାଇଁ ଏହି ଯୋଜନା ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ ।  ଉଜ୍ୱଳା ପ୍ଲସର ଆଉ ଏକ କାଯ୍ୟର୍କ୍ରମ ପାରଳାଖେମୁଣ୍ଡିର ଓ୍ଵାର୍ଡ ନଂ ୧ ସୁବାଷ ନଗରରେ ଆୟୋଜନ ହୋଇଥିଲା ଏଥିରେ ମଧ୍ୟ ୨୦୦ରୁ ଅଧିକ ହିାତାଧିକାରୀ ଯୋଗ ଦେଇଥିବା ବେଳେ ଏଥିରେ ଭାଜପାର ଜିଲ୍ଲା ସମ୍ପାଦକ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର