ପାରଳାଖେମୁଣ୍ଡି: ଟିକେଟ୍ ନମିଳିବାରୁ ମଙ୍ଗଳବାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କୋଦୁରୁ ନାରାୟଣ ରାଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ପ୍ରତି ଅମଙ୍ଗ ହୋଇ କେ ନାରାୟଣ ରାଓଙ୍କୁ ୬୦ ଜଣ ସ୍ଥାନୀୟ ନେତା ଓ କର୍ମୀ ସମର୍ଥନ ଦେଇଛନ୍ତି। କେ ନାରାୟଣ ରାଓଙ୍କ ସମେତ ୬୦ ଜଣ ଲୋକ ପ୍ରତିନିଧି ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇସ୍ତଫା ପତ୍ରରେ ନାରାୟଣ ଲେଖିଛନ୍ତି, ଅଜଣା ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଏପରିକି କେତେ ବ୍ଲକ ଅଛି ଜାଣି ନଥିବା ଲୋକ ମଧ୍ୟ ଟିକେଟ ପାଇଛି। କେବଳ ସେତିକି ନୁହେଁ, ବିଜେଡିର ପ୍ରାଥମିକ ସଦସ୍ୟ ନଥିବା ଲୋକ ମଧ୍ୟ ଟିକେଟ ପାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ମିଳିଛି। ସୂଚନାଯୋଗ୍ୟ କେ ନାରାୟଣ ରାଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିର୍ବାଚନରେ ପାରଳାଖେମୁଣ୍ଡିର ବିଧାୟକ ହୋଇଥିଲେ।